
ଜୟପୁର, ୧୫ ଜାନୁଆରୀ(ହି.ସ.) – ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଛକୁଣ୍ଡ ଥାନା ଅଂଚଳର ମହେନ୍ଦ୍ର ପାଙ୍ଗି। ଜୟପୁର ଆଦର୍ଶ ନଗର ବ୍ଲୁଡାର୍ଟ କୋରିଅରରୁ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରି ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୋଲିସ। ଗତ ୧୩ ତାରିଖରେ ଆଦର୍ଶ ନଗର ଅଂଚଳରେ ଥିବା ବ୍ଲୁଡାର୍ଟ କୋରିଅରରୁ ଲକ୍ଷାଧିକ ସାମଗ୍ରୀ ଚୋରି ହୋଇଥିବା ନେଇ କୋରିଅର ମ୍ୟାନେଜର ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତିକରି ଟାଉନ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଆଜି ମାଛକୁଣ୍ଡ ଥାନା ଅଂଚଳର ମହେନ୍ଦ୍ର ପାଙ୍ଗୀକୁ ଗିରଫ କରି ତା’ଠାରୁ ଗୋଟିଏ ଏଲ୍ଇଡି ମନିଟର, ଭିଭୋ ମୋବାଇଲ ଫୋନ୍, ୱାନପ୍ଲସ ମୋବାଇଲ, ଗୋଟିଏ ପ୍ରିଂଟର, ଦୁଇଟି ସିସିଟିଭି କ୍ୟାମେରା, ବୁଲେଟ କ୍ୟାମେରା, ବ୍ଲୁଡାର୍ଟ କୋରିଅର ବ୍ୟାଗ ଜବତ କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି