ଉତ୍କଳ ସମ୍ମିଳନୀ କୋରାପୁଟ ଶାଖାର ବୈଠକ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ରେ ହେବ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ
ଜୟପୁର, ୧୫ ଜାନୁଆରୀ(ହି.ସ.) – ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକ ଆଜି ଖାଲସାହି ହରିଶ୍ଚନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତିଙ୍କ ଅନୁପସ୍ଥିତି ନେଇ ସଂପାଦକଙ୍କ ପ୍ରସ୍ତାବ କ୍ରମେ ଏଥିରେ ଜିଲ୍ଲା ଶାଖା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ସଭାପତିତ୍ୱ କରି
ଉକ୍ରଳ ସମ୍ମିଳନୀ କୋରାପୁଟ ଶାଖାର ବୈଠକ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ରେ ହେବ ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନ


ଜୟପୁର, ୧୫ ଜାନୁଆରୀ(ହି.ସ.) – ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖାର ଏକ ସ୍ୱତନ୍ତ୍ର ବୈଠକ ଆଜି ଖାଲସାହି ହରିଶ୍ଚନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତିଙ୍କ ଅନୁପସ୍ଥିତି ନେଇ ସଂପାଦକଙ୍କ ପ୍ରସ୍ତାବ କ୍ରମେ ଏଥିରେ ଜିଲ୍ଲା ଶାଖା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ସଭାପତିତ୍ୱ କରିଥିଲେ। ବୈଠକରେ ସାତୋଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଜୟପୁରରେ ଆସନ୍ତା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନକୁ କିଭଳି ଶୃଙ୍ଖଳିତ ଏବଂ ସୁସଂଗଠିତ ଢଙ୍ଗରେ କରାଯିବ ସେ ନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ଏଥିସକାଶେ ବିଭିନ୍ନ ସ୍ଥାନକୁ ପତ୍ର ପ୍ରେରଣ, ଅତିଥିଙ୍କ ପାଇଁ ଆତିଥେୟତା ବ୍ୟବସ୍ଥା, ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା। ଶାଖାର ବ୍ୟାଙ୍କ ଆକାଉଂଟ ସୁପରିଚାଳନା ପାଇଁ ସଂପାଦକ ନବୀନ ମାଦଳାଙ୍କୁ ଦାୟିତ୍ୱ ପ୍ରଦାନ ସହ ଅଧିବେଶନ ପାଇଁ ଲେଟେର୍ ପ୍ୟାଡ଼୍ ଉନ୍ମୋଚନ କାର୍ଯ୍ୟ ଅର୍ପଣ କରାଯାଇଥିଲା। ବୈଠକରେ ରାଜ୍ୟ ପରିଷଦ ସଦସ୍ୟ ସୂର୍ଯ୍ୟନାରାୟଣ ରଥ, ବାଲା ରାୟ, ସଂଗଠନ ସଂପାଦକ କବିରାଜ ପରମେଶ୍ୱର ପାତ୍ର, ଚନ୍ଦ୍ରମଣି ବାରିକ, କୃଷ୍ଣଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଯୁଗ୍ମ ସଂପାଦକ ଚନ୍ଦ୍ରକାନ୍ତ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande