
ଧର୍ମଶାଳା, ୧୫ ଜାନୁଆରୀ(ହି.ସ.) – ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁଳମଣି ରାଉତଙ୍କର ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଯାଜପୁର ଜିଲା ବରୀ ନିର୍ବାନଚ ମଣ୍ଡଳୀରେ ଶୋକରଛାୟା ଖେଳିଯାଇଛି। ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ଯାଜପୁର ସାଂସଦ ରିବନ୍ଦ୍ର ନାରାୟଣ ବେହେରା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଜେପି ଯୁବନେତା ଉମେଶ ଜେନାଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ସାହିତ୍ୟ ସଂଗଠନ ଓ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ