ଜାନୁୟାରୀ ୨୮ରେ ଓଡ଼ିଶା ବନ୍ଦ ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ
ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ରାଜ୍ୟରେ ଧାନ ମଣ୍ଡି ଖୋଲିବାରେ ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥାର ଶୀକାର ହୋଇଥିବା ଚାଷୀଙ୍କ ପାଇଁ, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ହଜାର ହଜାର ଟଙ୍କାର ଫାଇନ୍ ନେବା ଏବଂ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଲୁଟର ପ୍ରତିବାଦ ଏବଂ ନବନିର୍ମାଣ ନେତୃତ୍
ୂବବତହ


ଭୁବନେଶ୍ୱର, ୧୭ ଜାନୁୟାରୀ (ହି.ସ)- ରାଜ୍ୟରେ ଧାନ ମଣ୍ଡି ଖୋଲିବାରେ ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥାର ଶୀକାର ହୋଇଥିବା ଚାଷୀଙ୍କ ପାଇଁ, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ହଜାର ହଜାର ଟଙ୍କାର ଫାଇନ୍ ନେବା ଏବଂ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଲୁଟର ପ୍ରତିବାଦ ଏବଂ ନବନିର୍ମାଣ ନେତୃତ୍ୱ ଉପରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀଙ୍କ ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣର ପ୍ରତିବାଦରେ ଆଗାମୀ ଜାନୁୟାରୀ ୨୮ ତାରଖରେ ନବନିର୍ମାଣ କୃଷକ ସଂଗଠନ ଦ୍ୱାରା ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଶନିବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଏ ପର୍ଯ୍ୟନ୍ତ ଚାଷୀମାନେ ଟୁକନ୍ ପାଇପାରି ନାହାଁନ୍ତି, ଟୁକନ୍ ମିଳିଲେ ସେଥିରେ ଗତ ବର୍ଷ ୪୦ କ୍ୱିଣ୍ଟାଲ ବିକିଲା ବେଳେ ଏ ବର୍ଷ ୧୦ କ୍ୱିଣ୍ଟାଲ ଓ ୨୦ କ୍ୱିଣ୍ଟାଲ ଆସୁଛି, ପ୍ରତିମଣ୍ଡିରେ ଏଫ. ଏ. କିୟ୍ୟୁ ନାମରେ ପ୍ରାୟତଃ ଅତିକମରେ ୩/୫ କେଜି ପର୍ଯ୍ୟନ୍ତ କ୍ୱିଣ୍ଟାଲ ପ୍ରତି କାଟ ନିଆଯାଉଛି, ରାଜ୍ୟ ଯୋଗାଣ ମନ୍ତ୍ରୀ ପୁଣି କହିଛନ୍ତି ଯେ ଚାଷୀଙ୍କ ଠାରୁ ମାତ୍ର ୧୫୦ କ୍ୱିଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ, ବାକି ଧାନକୁ ଚାଷୀ ବାହାର ବଜାରରେ ବିକ୍ରି କରିବ, ଏବେବି ହଜାର ହଜାର କ୍ୱିଣ୍ଟାଲ ଧାନକୁ ଚାଷୀମାନେ ଓଡ଼ିଶାର ଅଧିକାଂଶ ମଣ୍ଡିରେ ରାତିରେ ଜଗି ବସିଛନ୍ତି“ ଇତ୍ୟାଦି କେବଳ ସରକାର ଚାଷୀକୁ ହନ୍ତସନ୍ତ କରି ମାରିବା ପାଇଁ ଷଡ଼ଷନ୍ତ୍ର ଆରମ୍ଭ କରିଛନ୍ତି ବୋଲି ଶ୍ରୀ କୁମାର ତାଙ୍କ ବକ୍ତବ୍ୟରେ ଅଭିଯୋଗ କରିଛନ୍ତି। ଠିକ୍ ସେହିପରି ଟାଟା ପାୱାର ସ୍ମାର୍ଟ ମିଟର ଲଗାଇବା ନାମରେ ସାଧାରଣ ଲୋକଙ୍କୁ ଲୁଟ୍ କରୁଛି। ବିଜେପିର ଡବଲ ଇଞ୍ଜିନି ସରକାର ନିର୍ବାଚନରେ ଘୋଷଣା କରିଥିବା ୩୦୦ ୟୁନିଟ୍ ମାଗଣାରେ ଯୋଗାଇ ଦିଆଯାଉ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଏତତ୍ ବ୍ୟତୀତ ଓଡ଼ିଶା ସରକାର ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ଆଦାୟ କରୁଥିବା ହଜାର ହଜାର ଜୋରିମାନା ଟଙ୍କା ସରକାର ତତ୍ କାଳ ବନ୍ଦ କରନ୍ତୁ, ନଚେତ୍ ଓଡ଼ିଶାର ରାଜରାସ୍ତାରେ ମନ୍ତ୍ରୀ ଓ ସଚିବଙ୍କୁ ଚାଲିବାକୁ ଦିଆଯିବନାହଁ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନୱର ଅଲ୍ଲୀ କହିଛନ୍ତି। କୃଷିମନ୍ତ୍ରୀଙ୍କ ଉପସ୍ଥିତରେ ତାଙ୍କ ଗୁଣ୍ଡା ଓ ପୋଲିସ୍ ଏସପିଙ୍କ ଆକ୍ରମଣ ଦ୍ୱାରା ଗଣତାନ୍ତ୍ରିକ ମୂଲ୍ୟ ନଷ୍ଟ ହୋଇଛି ବୋଲି କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ୱାଇଁ ଅଭିଯୋଗ କରିଥିଲେ। ଉକ୍ତି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande