ବିପିଏଲ୍ ଚମ୍ପିୟାନ ଟିମର ବୃକ୍ଷ ରୋପଣ,
କୋରାପୁଟ, 19 ଜାନୁଆରି (ହି.ସ.)କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିପିଏଲ୍ ସିଜନ୍ -୫ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ରୋୟାଲ ଏକାଦଶ ଦଳ ତରଫରୁ ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଖେ
ବିପିଏଲ୍ ଚମ୍ପିୟାନ ଟିମର ବୃକ୍ଷ ରୋପଣ,


କୋରାପୁଟ, 19 ଜାନୁଆରି (ହି.ସ.)କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିପିଏଲ୍ ସିଜନ୍ -୫ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ରୋୟାଲ ଏକାଦଶ ଦଳ ତରଫରୁ ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ କରିଥିଲେ। ମିନି ଷ୍ଟାଡିୟମ ଠାରେ ବୈପାରିଗୁଡା ବ୍ଲକର ବିଭିନ୍ନ ଖେଳ ପ୍ରତିଯୋଗିତା ହୋଇଥାଏ। ଗ୍ରୀଷ୍ମ ଋତୁରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଏହି ପଦକ୍ଷେପ ନିଆଯାଇନଥିବା ରୋୟାଲ ଏକାଦଶ ଦଳର ପ୍ରତିଷ୍ଠାତା ମାନେ ପ୍ରକାଶ କରିଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୋଟ ୨୦ଟି ବିଭିନ୍ନ ପ୍ରକାରର ଝାଙ୍କାଳିଆ ଗଛର ଚାରା ରୋପଣ କରାଯାଇଛି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ରୋୟାଲ ଏକାଦଶ ଦଳର ପ୍ରତିଷ୍ଠାତା ସୁଧାଂଶୁ ଶେଖର ଜେନା, ବିକ୍ରମ ଦେବ ପାତ୍ର, ତନ୍ମୟ ସାହୁ, ହରିଶ୍ଚନ୍ଦ୍ର ମେହେର, ଶିକନ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande