
ଖୋର୍ଦ୍ଧା, 19 ଜାନୁଆରି (ହି.ସ.),ଗତ ୧୭ ତାରିଖରୁ ଜିଲ୍ଲା ସଦର ମହକୁମା ଟି ଏସି ରୋଡ଼ ବି ଡି ଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା l ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ରାଜ୍ୟ ଏବଂ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ ନୃତ୍ୟ ଓ ସଙ୍ଗୀତ ଦର୍ଶକ ମାନଙ୍କୁ ବେଶ ମନୋରଞ୍ଜନ କରିଥିଲା l ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ଖୋର୍ଦ୍ଧା, ବାବା ବାଲୁଙ୍କେଶ୍ୱର ନୃତ୍ୟ ମନ୍ଦିର, ନିରାକାରପୂର୍, ବରୁଣେଇ ପାଇକ ଆଖଡ଼ା, ସାର ଦାଦା ସାଂସ୍କୃତିକ ଅନୁଷ୍ଠାନ, କଟକ, ପଲ୍ଲଭି, ମୟୂର ଭଞ୍ଜ ସହ ଓଡ଼ିଶୀ, ଗୋଟିପୁଅ, ଡ୍ରାମା ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ଖୋର୍ଦ୍ଧା ଜିଲ୍ଲାର ପାଇକ ମାନଙ୍କର ବୀରତ୍ୱର ଗାଥା ପାଇକ ଯୋଦ୍ଧା ଯୁଦ୍ଧ ତଥା ପାଇକ ଆଖଡ଼ା ନୃତ୍ୟ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପଭୋଗ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ l ଜିଲ୍ଲାର ବହୁ ଦୂରଦୂରାନ୍ତରୁ ମା ମାନେ ଏବଂ ଜନସାଧାରଣ ମେଳା କୁ ଆଗମନ ହେବାସହ ବହୁ ଜନ ସମାବେଶ ଦେଖିବାକୁ ମିଳିଥିଲା l ୨୩ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଚାଲିଥିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା ବେଳେ ଜନ ସାଧାରଣ ମାନେ ଗ୍ରାମୀଣ ଉତ୍ପାଦ କ୍ରୟ କରିବାରେ ସୁଯୋଗ ପାଇ ପାରିବେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ