ମାଲ ବାହି ଟ୍ରେନରେ ଯୁବକଙ୍କ ଟାଙ୍ଗୀ ହୋଇ ମୃତ୍ୟୁ: ହତ୍ୟା ସନ୍ଦେହ
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରନପୁର ଷ୍ଟେସନ ରେ ଘଟିଛି ଅଘଟଣ। ଷ୍ଟେସନରେ ଥିବା କୋଇଲା ଏକ କୋଇଲା ବୋଝେଇ ଟ୍ରେନ ବଗି ରେ ଯୁବକଙ୍କ ଟଙ୍ଗା ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ପରିଚୟ ହିତାଂଶୁ ଶେଖର ସେଠୀ ଜଣା ପଡ଼ିଥିବା ବେଳେ ତାଙ୍କ ଘର ପାଟଣା ବ୍ଲକ୍
ମାଲ ବାହି ଟ୍ରେନରେ ଯୁବକଙ୍କ ଟାଙ୍ଗୀ ହୋଇ ମୃତ୍ୟୁ: ହତ୍ୟା ସନ୍ଦେହ


କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରନପୁର ଷ୍ଟେସନ ରେ ଘଟିଛି ଅଘଟଣ। ଷ୍ଟେସନରେ ଥିବା କୋଇଲା ଏକ କୋଇଲା ବୋଝେଇ ଟ୍ରେନ ବଗି ରେ ଯୁବକଙ୍କ ଟଙ୍ଗା ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ପରିଚୟ ହିତାଂଶୁ ଶେଖର ସେଠୀ ଜଣା ପଡ଼ିଥିବା ବେଳେ ତାଙ୍କ ଘର ପାଟଣା ବ୍ଲକ୍ ଅନ୍ତର୍ଗତ ବେଗନା ଗ୍ରାମର ବୋଲି ଜଣାପଡିଛି। ପାରିପାର୍ଶିକ ଘଟଣାରୁ ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗୀ ଦେଇଥିବା ଜଣାପଡ଼ୁଥିଲା ବେଳେ ଘର ଲୋକେ ମଧ୍ୟ ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଯୁବକ ଜଣଙ୍କ ଟାଉନ ଥାନା ଅନ୍ତର୍ଗତ କାଶିପୁର ଠାରେ ଏକ ଇଲେକ୍ଟ୍ରିାଲ ଦୋକାନ ଦେଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଏକ ଛୋଟ ପୁଅ ଅଛନ୍ତି। ଖବର ପାଇ ରେଲୱେ ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande