କୋରାପୁଟ ଜିଲ୍ଲାରେ ଶୁଭୁନି ହଳିଆ ଗୀତ, ପଡୁନି ଧାନ ବେଙ୍ଗଳା ; ଏବେ ମେସିନ କରୁଛି ଧାନ ଅମଳ
ଜୟପୁର, ୨ ଜାନୁଆରୀ (ହି.ସ.)- କୃଷି ପ୍ରଧାନ କୋରାପୁଟ ଜିଲ୍ଲାରେ ପୂର୍ବରୁ ବର୍ଷର ଅଧିକାଂଶ ସମୟ ଚାଷ ଜମିରେ କୃଷକ ଓ କୃଷି ଶ୍ରମିକମାନେ ସମୟ ଦେଉଥିଲେ । ଧାନ ଚାଷ ପାଇଁ କ୍ଷେତ ପ୍ରସ୍ତୁତି ଠାରୁ ଆରମ୍ଭ କରି ରୁଆ, ବୁଣା, ଧାନ ବଛା, ଶେଷରେ ଧାନ କଟା ଓ ଅମଳ ପର୍ଯ୍ୟନ୍ତ ଚାଷୀ ଓ କୃଷି ଶ୍ରମିକ ମାନେ ନ
କୋରାପୁଟ ଜିଲ୍ଲା ଶୁଭୁନି ହଳିଆ ଗୀତ, ପଡୁନି ଧାନ ବେଙ୍ଗଳା ଏବେ ମେସିନ କରୁଛି ଧାନ ଅମଳ


ଜୟପୁର, ୨ ଜାନୁଆରୀ (ହି.ସ.)- କୃଷି ପ୍ରଧାନ କୋରାପୁଟ ଜିଲ୍ଲାରେ ପୂର୍ବରୁ ବର୍ଷର ଅଧିକାଂଶ ସମୟ ଚାଷ ଜମିରେ କୃଷକ ଓ କୃଷି ଶ୍ରମିକମାନେ ସମୟ ଦେଉଥିଲେ । ଧାନ ଚାଷ ପାଇଁ କ୍ଷେତ ପ୍ରସ୍ତୁତି ଠାରୁ ଆରମ୍ଭ କରି ରୁଆ, ବୁଣା, ଧାନ ବଛା, ଶେଷରେ ଧାନ କଟା ଓ ଅମଳ ପର୍ଯ୍ୟନ୍ତ ଚାଷୀ ଓ କୃଷି ଶ୍ରମିକ ମାନେ ନିୟୋଜିତ ରହୁଥିଲେ । କ୍ଷେତରୁ ବର୍ଷକର ରୋଜଗାର ପାଉଥିବା ଚାଷୀ ପୂର୍ବରୁ ପାରମ୍ପରିକ ପଦ୍ଧତିକୁ ଆପଣାଉଥିଲେ ।

ଜମିରେ ହଳ, ବଳଦ ଠାରୁ ଆରମ୍ଭ କରି ଜମି ଚାଷ ପାଇଁ ଲଙ୍ଗଳ, ମହି ଆଦି ବ୍ୟବହାର କରୁଥିଲେ । ଏଥିପାଇଁ ରାଜ୍ୟରେ ବଳଦ ବହୁଳ ବ୍ୟବହାର ହେଉଥିଲା । ଏବେ କିନ୍ତୁ ସମୟ ବଦଳିଛି । ପାରମ୍ପରିକ ଚାଷରୁ ମୁହଁ ଫେରାଇ ଏବେ ଯନ୍ତ୍ରପାତି ଉପରେ

ଅଧିକ ନିର୍ଭରଶିଳ ହେଲେଣି ଚାଷୀ । ଫଳରେ ହଳ ବଳଦର ଆଉ ବହୁଳ ବ୍ୟବହାର ଦେଖିବାକୁ ମିଳୁନି । ଚାଷ ଜମିରେ ମଧ୍ୟ କୃଷି ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ କମିଗଲାଣି । ଆଉ ଧାନ ଅମଳ ପାଇଁ ଗାଁ ଗାଁରେ ବେଙ୍ଗଳା ପଡୁନି । ଗୋରୁ ମାନଙ୍କୁ ନେଇ ଧାନ ମଳା ଯାଉନି । ମେସିନରେ ଧାନ ଅମଳ ହେଉଛି । ଧାନ ଅମଳ ପରେ ପାଳ ସଂଗ୍ରହ କରାଯାଉଥିଲା । ତାହା ବର୍ଷ ସାରା ଗାଈଗୋରୁଙ୍କ ଖାଦ୍ୟ ଭାବେ ବ୍ୟବହୃତ ହେଉଥିଲା ।

ହେଲେ ଏବେ ପାଳ ମଧ୍ୟ ଅଧିକ ଦେଖିବାକୁ ମିଳୁନି । କାଁ ଭାଁ କିଛି ଚାଷୀ ଗୋରୁ ମାନଙ୍କୁ ନେଇ ଗାଁ ଗହଳିରେ ବେଙ୍ଗଳା ବୁଲାଇ ଧାନ ଅମଳ କରୁଥିବା ବେଳେ ଅଧିକାଂଶ ଚାଷୀ ମେସିନ ସହାୟତାରେ ଧାନ ଅମଳ କରୁଛନ୍ତି । କୋରାପୁଟ ଜିଲାର ଜୟପୁର, ବୋରିଗୁ୍‌ମ୍ମା, କୁନ୍ଦୁରା, ବୈପାରିଗୁଡା, କୋଟପାଡ଼ ବ୍ଲକରେ ଗାଁ ଗାଁରେ ରାତିରେ ଧାନ ଅମଳ ବେଳେ କୃଷି ଶ୍ରମିକ ମାନେ ଗୋରୁ ମାନଙ୍କୁ ନେଇ ଧାନ ବେଙ୍ଗଳା ବୁଲାଇ ହଳିଆ ଗୀତ ଗାଉଥିଲେ । ତେବେ ଖର୍ଚ୍ଚ କମିବା ସହ କମ୍ ସମୟରେ ଧାନ ଅମଳ ହୋଇ ପାରୁଥିବାରୁ ଏବେ ମେସିନ ସହାୟତାରେ ହିଁ ଧାନ ଅମଳ କରାଯାଉଛି । ପୂର୍ବରୁ ଅମଳ ପରେ ଏହାକୁ ସଂରକ୍ଷଣ କରିବାକୁ ସେଥିରୁ ବାହାରୁଥିବା ପାଳକୁ ବଳି ଦଉଡି ପ୍ରସ୍ତୁତ କରି ପୁଡ଼ୁଗ କରୁଥିଲେ ଚାଷୀ । କିନ୍ତୁ, ଆଜିର ଯାନ୍ତ୍ରିକ ଯୁଗରେ ମେସିନରେ ଧାନ ଅମଳ ପରେ ତୁରନ୍ତ ତାକୁ ଜମିରୁ ହିଁ ଅଖାରେ ଭର୍ତ୍ତି କରି ମଣ୍ଡି ପରେ ମିଲ କୁ ପଠାଇଦିଆଯାଉଛି । ଷ୍ଟିମ ଦେଇ ଧାନରୁ ଚାଉଳ ବାହାର କରାଯାଇ ତାକୁ ବଜାରକୁ ଛାଡି ଦିଆଯାଉଛି । ଏସବୁ ଚାଉଳ ଖାଇ ଲୋକେ ପ୍ରାକୃତିକ ପୃଷ୍ଟିରୁ ବଂଚିତ ହେବା ସହ ଶରୀରରେ ରୋଗ ନିରୋଧ ଶକ୍ତି ହ୍ରାସ ପାଉଥିବା କହିଛନ୍ତି କିଛି ଚାଷୀ । ବାସ୍ତବରେ ଏବେ ଆଧୁନିକତା ଦ୍ଵାହି ଦେଇ ପୁରୁଣା ପରମ୍ପରାକୁ ଭୁଲି ଗଲେଣି ଅନେକ ଚାଷୀ । ସେପଟେ କୃଷି ଶ୍ରମିକ ମାନେ କାମ ଧନ୍ଦା ଅଭାବରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷି ମାନେ ଅଭିଯୋଗ କରିଛନ୍ତି । ତେଣୁ ସରକାର ଚାଷ ଓ ଚାଷିକୁ ଗୁରୁତ୍ଵ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande