
ଭଦ୍ରକ, ୨ ଜାନୁଆରୀ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ଗ୍ରାମପଂଚାୟତର ବଳଭଦ୍ରପୁର (ଅଣସରପୁର) ଗ୍ରାମ ଠାରେ ସ୍ଥାନୀୟ ସରପଂଚ ସ୍ୱର୍ଗତଃ ନିରଞ୍ଜନ ମଲ୍ଲିକ ଙ୍କ ଏକାଦଶାହ କ୍ରିୟା ଓ ସ୍ମୃତିଚାରଣ ସଭା ଗଭୀର ଶୋକମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଭରା ଅବସରରେ ଯୋଗଦେଇ ସ୍ୱର୍ଗତଃ ନିରଞ୍ଜନ ମଲ୍ଲିକ ଙ୍କ ମହାନ ଜନସେବା, ସରଳତା ଓ ନିଷ୍ଠାପୂର୍ଣ୍ଣ ନେତୃତ୍ୱକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ସଭାରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଅମୃତ ଦର୍ଶନ ର ସମ୍ପାଦକ ଓ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଗୌରୀ ଜେନା, ଯୁବନେତା ତାପସ ରାୟ, ବରିଷ୍ଠ ନେତା ଅଭିରାମ ସାହୁ, ଶିକ୍ଷାବିତ ବାବୁଲା ରାଉତ, ନିତ୍ୟାନନ୍ଦ ବେହେରା, ମହେନ୍ଦ୍ର ମଲ୍ଲିକ, ସୁନୀଲ କୁମାର ଲେଙ୍କା ଙ୍କ ସହ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ସମାଜସେବୀବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ