
ମୁଖୀଗୁଡା,୨ ଜାନୁଆରୀ(ହି. ସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଇନ୍ଦ୍ରାବତୀ କେନାଲ ଜଳସେଚିତ ଅଂଚଳର ଚାଷୀ ରବି ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଥିବ ବେଳେ ଅଦ୍ୟାବଧି ଜମା ଧାନ ବିକ୍ରି କରିନଥିବା ଚାଷୀ କିପରି ରବି ଧାନ ଚାଷ କରିବେ ଚିନ୍ତାରେ ପଡିଛନ୍ତି ।ଅନେକ ଚାଷୀଙ୍କ ଧାନ ବିକ୍ରି ପାଇଁ ଜାନୁଆରୀ ମାସରେ ଟୋକନ ରହିଛି । ଡିସେମ୍ବର ମାସ ସୁଦ୍ଧା ଯଦି ଧାନ ଅଧା ବି ବିକ୍ରି କରିଥାନ୍ତେ ତେବେରବି ଧାନ ଚାଷ ପାଇଁ ଅସୁବିଧାର ସମ୍ଭୁଖିନ ହେଇ ନଥାନ୍ତେ ।ଅଧିକାଂଶ ଚାଷୀ ସାର ବିହନ ପାଇଁ ଦୋକାନୀ ଠାରୁ ଉଧାର ଆଣି ଚାଷ କାମ କରିଥାନ୍ତି । ଏବେ ସେ ଋଣ ପରିଶୋଧ କରିନଥିବା ବେଳେ ଆହୁରି ରବି ଧାନ ଚାଷ ପାଇଁ ପୁଣି ଋଣ ଆଣି ଚାଷ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧ତାରିଖ ସୁଦ୍ଧା ଜୟପାଟଣା ବ୍ଲକର ୨୪ଟି ମଣ୍ଡିରେ ୬୯୮୪ଜଣ ଚାଷୀଙ୍କ ୩୪୨୮୦୦.୮୬ କ୍ୟୁଣ୍ଟାଲ ଧାନ କିଣା ଯାଇଛି ।ଉଛୁଳା ମଣ୍ଡିରେ ସର୍ବାଧିକ ୬୧୧ଜଣ ଚାଷୀଙ୍କ ୨୫୭୧୪.୯୫ କ୍ୟୁଣ୍ଟାଲ ଧାନ କିଣା ଯାଇଥିବା ସବୁଠାରୁ କମ କପୁରମାଲ ମଣ୍ଡିରେ ୧୯ଜଣ ଚାଷୀଙ୍କ ୯୪୬.୭୫ କ୍ୟୁଣ୍ଟାଲ ଧାନ କିଣା ଯାଇଛି ।ଜୟପାଟଣା ବ୍ଲକରେ ୧୪୧୩୧ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି ।ସବୁ ମଣ୍ଡିରେ ମିଲର ଓ ଦଲାଲର ରାଜୁତି ଚାଲୁଥିବା ବେଳେ ୫ରୁ୮କେଜି ଧାନ କଟନୀ ହେଉଥିବା ଅଭିଯୋଗ ହେଉଛି ପୁଣି ଧାନ ୪୧କେଜି୩୦୦ଗ୍ରାମ ଓଜନ କରି ନିଆଯାଉଛି ଯାହାର ହିସାବ ଚାଷୀଙ୍କୁ ୪୦କେଜି ଦିଆ ଯାଇ ଥାଏ ।ବିଳମ୍ବରେ ମଣ୍ଡି ଆରମ୍ଭ ,ଅନେକ ଚାଷୀଙ୍କ ଟୋକନ କମ ଆସିବା ,ଡେରିରେ ଟୋକନ ଆସିବା ନେଇ ଚାଷୀ ଅସନ୍ତୋଷ ଦେଖା ଦେଇଛି ।ଗତ ବର୍ଷ ଜୟପାଟଣା ବ୍ଲକରେ ଗତ ବର୍ଷ ୮୬୯୭୫୦.୫୫ କ୍ୟୁଣ୍ଟାଲ ଧାନ କିଣା ଯାଇଥିବା ସୂଚନା ମିଳିଛି
---------------
ହିନ୍ଦୁସ୍ଥାନ ସମାଚାର / ନିହାର