
ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ଆଜି ବିମାନ
ବନ୍ଦର ପରିସରରେ ଘନ କୁହୁଡ଼ି କାରଣରୁ ସକାଳୁ
ସମୟରେ ରନୱେ ଦୃଶ୍ୟମାନ କମ ଥିଲା । କାଲି ଭଳି ଆଜି ମଧ୍ୟ କିଛି ବିମାନ ବାତିଲ କରାଯାଇଛି , କିଛି ବିମାନ ଉଡାଣ ବିଳମ୍ବ ହେଇଛି । ଅତି କମରେ
ଦୃଶ୍ୟମାନ ୫୫୦ ମିଟର ରହିଲେ ବିମାନ ଉଡାଣ ଓ
ଅବତରଣ ହୋଇଥାଏ। କାଲିର ଘନ କୁହୁଡି ପାଇଁ ଆଜି ସକାଳେ ଥିବା ବିମାନକୁ ଏୟାର ଲାଇନ୍ସ ରିସିଡ୍ୟୁଲ
କରିଥିଲେ । କିଛି ବିମାନ ଉଡାଣ ସମୟ ପରିବର୍ତ୍ତନ କରାଯାଇଛି। ଏୟାର ଇଣ୍ଡିଆ ସକାଳ ଦିଲ୍ଲୀ
ବିମାନ ବାତିଲ କରାଯାଇଛି । ସକାଳ ୮ ପର୍ୟ୍ୟନ୍ତ
କୁହୁଡ଼ି ହେଉଥିବାରୁ ରିସିଡ୍ୟୁଲ କରାଯାଇଛି । ଭୁବନେଶ୍ବରର କେବଳ ନୁହେଁ ଉତ୍ତର ଭାରତରେ ମଧ୍ୟ
କୁହୁଡ଼ିର ପ୍ରଭାବ ରେ ବିମାନ ବିଳମ୍ବ ହେଉଛି । ଘରୁ ବାହାରିବା ଆଗରୁ ବିମାନ ସମୟ କେତେବେଳେ
ବିମାନ ଅଛି , ସମୟ କେତେବେଳେ ପରିବର୍ତ୍ତନ ହେଇଛି ସବୁ ଯାଂଚ କରି
ଆସିବା ପାଇଁ କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା