ବଡଦାଣ୍ଡରେ ଦୁର୍ଘଟଣା : ଜଣେ ମୃତ, ୨ ଆହତ
ପୁରୀ, ୨ ଜାନୁଆରୀ (ହି.ସ.)- ଶୁକ୍ରବାର ପୂର୍ବାହ୍ନରେ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଘଟିଛି ଦୁର୍ଘଟଣା । ବୋଲେରୋ ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଛି । ଖବର ପାଇ କୁମ୍ଭାରପଡା ଥାନା
ବଡଦାଣ୍ଡରେ ଦୁର୍ଘଟଣା : ଜଣେ ମୃତ, ୨ ଆହତ


ପୁରୀ, ୨ ଜାନୁଆରୀ (ହି.ସ.)- ଶୁକ୍ରବାର ପୂର୍ବାହ୍ନରେ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଘଟିଛି ଦୁର୍ଘଟଣା । ବୋଲେରୋ ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖିବାକୁ ମିଳିଛି । ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମେଡ଼ିକାଲ ଛକ ଆଡୁ ଶ୍ରୀମନ୍ଦିର ଆଡ଼କୁ ବୋଲେରୋଟି ଆସୁଥିବା ବେଳେ ଅନ୍ୟପଟେ ଏକ ସ୍କୁଟିରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାବାଳକ ନାତି ଓ ଅନ୍ୟ ଜଣେ ନାବାଳକ ଆସୁଥିଲେ । ଏହି ସମୟରେ ବଳଗଣ୍ଡି ଛକ ନିକଟରେ ସ୍କୁଟିକୁ ପଛଆଡ଼ୁ ବୋଲେରୋ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଯାଉଥିବା ତିନି ଜଣ କିଛି ବାଟ ଘୋଷାଡି ହୋଇଯିବା ସହ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତି କରିଛନ୍ତି । ବୋଲେରୋ ଚାଳକଙ୍କୁ କାବୁ କରିଛନ୍ତି । ତେବେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସାଧିନ ରହିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ବୋଲେରୋ ଓ ସ୍କୁଟିକୁ ଜବତ କରିଛି । ଗାଡ଼ି ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande