୨୦୨୬ରେ ୩ ଟି ସୁପରମୁନ୍ ଓ ମାଇକ୍ରୋମୁନ
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ଆସନ୍ତା ଜାନୁଆରୀ ୩ ତାରିଖ ପୌଷ ପୂର୍ଣ୍ଣମୀର ଚନ୍ଦ୍ରଟି ମସିହାର ପ୍ରଥମ “ସୁପରମୁନ“ ଭାବରେ ଦେଖାଯିବ । ସେହି ଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪% ବଡ ସହ ୩୦% ଉଜ୍ଜଳ ଦେଖ
ୁରଗ


ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ଆସନ୍ତା ଜାନୁଆରୀ ୩ ତାରିଖ ପୌଷ ପୂର୍ଣ୍ଣମୀର ଚନ୍ଦ୍ରଟି ମସିହାର ପ୍ରଥମ “ସୁପରମୁନ“ ଭାବରେ ଦେଖାଯିବ । ସେହି ଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪% ବଡ ସହ ୩୦% ଉଜ୍ଜଳ ଦେଖାଯିବ । ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ୨୦୨୬ ମସିହାରେ ଦ୍ୱିତୀୟ ଦ୍ୱିତୀୟ “ସୁପରମୁନ“ ନଭେମ୍ବର ୨୪ ଓ ଶେଷ “ସୁପରମୁନ“ ଟି ଡିସେମ୍ବର ୨୩ ତାରିଖରେ ଦେଖାଯିବ । ସେହିଭଳି ୨୦୨୬ ମସିହାରେ ପୃଥିବୀ ଠାରୁ ଦୁରରେ ଥିବାବେଳେ ୩ଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ‘ମାଇକ୍ରୋମୁନ’ ବା ଛୋଟ ଚନ୍ଦ୍ର ଦେଖାଯିବ । ଏଗୁଡିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଆକାଶ ମେଘ ତଥା ତ କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖ ଦିନ ଏହାକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖି ରେ ଦେଖିହେବ ବୋଲି କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande