ଯୁବ କୁଲୁତା ସମାଜର ପରିବେଶ ସୁରକ୍ଷା
ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ନୂତନ ବର୍ଷ ଅବସରରେ ସମସ୍ତେ ନିଜ ପରିବାର, ସାଙ୍ଗ ସାଥୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ କିଛି ଯୁବକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍
ଯୁବ କୁଲୁତା ସମାଜର ପରିବେଶ ସୁରକ୍ଷା


ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ନୂତନ ବର୍ଷ ଅବସରରେ ସମସ୍ତେ ନିଜ ପରିବାର, ସାଙ୍ଗ ସାଥୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ମସଗୁଲ ରହିଥାନ୍ତି । ଠିକ୍ ଏତିକି ବେଳେ କିଛି ଯୁବକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଲୋଇସିଂହା ବ୍ଲକ ଉଚ୍ଛବପାଲି ଗ୍ରାମ ୟୁ.ପି. ସ୍କୁଲ ଓ ଗ୍ରାମ ବନ୍ଧଆଡିରେ ୩୦ଟି ଗଛ ଲଗାଯାଇଛି । ଏହି ଅବସରରେ ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ କୈଳାସ ବରିହା ଯୋଗ ଦେଇଥିଲେ । ପରିବେଶ ସୁରକ୍ଷା କରିବା, ଜଙ୍ଗଲରେ ନିଆଁ ନ ଲଗାଇବା, ମୃର୍ତ୍ତିକା ସଂରକ୍ଷଣ, ଜଳ ସଂରକ୍ଷଣ କରିବା ପାଇଁ ସମାଜସେବୀ ଅସୀମ ଭୋଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠନ ର ଉପଦେଷ୍ଟା ବଶିଷ୍ଟ ପ୍ରଧାନ, କୋଷାଧ୍ୟକ୍ଷ ଆକାଶ ବିଶ୍ୱାଲ, ଜିଲ୍ଲା ସଦସ୍ୟ ବୃନ୍ଦାବନ ବେହେରା, ଧବଳେଶ୍ୱର ବେହେରା, ରୁନା ପାତ୍ର, ଗୋବର୍ଦ୍ଧନ ବେହେରା, ରଂଜିତ ପାତ୍ର, ପୁରନ ପାତ୍ର, ତପନ ପାତ୍ର, ରଂଜନ ପାତ୍ର, ନିତ୍ୟାନନ୍ଦ ବେହେରା ଓ ଜଙ୍ଗଲ ବିଭାଗର ମୁନା ଗଡତ୍ୟା ସହଯୋଗ କରିଥିଲେ ।

ପ୍ରକାଶ ଥାଉକି, ନୂତନ ବର୍ଷ ଅବସରରେ ପରିବେଶ ପ୍ରେମୀ ଅସୀମ ଭୋଇ ନିଜ ଖର୍ଚ୍ଚରେ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ଗଛ ଲଗାଇଛନ୍ତି । ଏହି ଅବସରରେ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ବୃନ୍ଦାବନ ବେହେରା ଉଚ୍ଛବପାଲି ଗ୍ରାମରୁ ଆସି ଶ୍ରୀ ଭୋଇଙ୍କ ଉପସ୍ଥିତିରେ ଭୀମଭୋଇ ରକ୍ତଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande