ଓବିସି ମଞ୍ଚର ଗାଁ କୁ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରୀଣି ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସର୍ବୋଚ୍ଚ ନ୍ୟାୟାଳୟରେ ତଥା ସରକ
ଓ ବି ସି  ମଞ୍ଚ ର    ଗାଆଁ କୁ ଚାଲ ଅଭିଯାନ ର ପ୍ରସ୍ତୁତି ବୈଠକ


ଓ ବି ସି  ମଞ୍ଚ ର    ଗାଆଁ କୁ ଚାଲ ଅଭିଯାନ ର ପ୍ରସ୍ତୁତି ବୈଠକ


ଓ ବି ସି  ମଞ୍ଚ ର    ଗାଆଁ କୁ ଚାଲ ଅଭିଯାନ ର ପ୍ରସ୍ତୁତି ବୈଠକ


ବଲାଙ୍ଗିର, ୨ ଜାନୁଆରୀ (ହି.ସ.)- ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରୀଣି ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସର୍ବୋଚ୍ଚ ନ୍ୟାୟାଳୟରେ ତଥା ସରକାରଙ୍କ ବରିଷ୍ଠ ପଦ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗର ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଉନଥିବାରୁ ସମ୍ପାଦକ ପ୍ରଦେଶୀ ବିଶ୍ଵାଳ କ୍ଷୋଭ ପ୍ରକାଶ କରିଥିଲେ। ଓବିସିଙ୍କ ସାମ୍ବିଧାନିକ ସଚେତନତା ପାଇଁ ଜିଲ୍ଲାର ସମସ୍ତ ଗାଁକୁ ଯାଇ ସଚେତନତା ଅଭିଯାନ ଗାଁ କୁ ଚାଲ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟି ଏକ ଯୌଥ ଏକାଉଣ୍ଟ୍ ସମ୍ପାଦକ ପ୍ରଦେଶୀ ବିଶ୍ଵାଳ ଏବଂ କୋଷାଧ୍ୟକ୍ଷ ମଧୁସୂଦନ ଖେତୀଙ୍କୁ ସର୍ବସମ୍ମତି କ୍ରମେ କ୍ଷମତା ଅର୍ପଣ କରାଗଲା। ଏହି କମିଟି ପରିବର୍ଦ୍ଧିତ କରି ଅତିରିକ୍ତ ଭାବରେ, ପଞ୍ଚାନନ ସା ଙ୍କୁ ଯୁବ ସଂଗଠନ ଦାୟିତ୍ଵ ଦିଆଗଲା।

ଏଥିରେ ପ୍ରଦିପ କୁମାର ବେହେରା, ରାମଚନ୍ଦ୍ର ବେହେରା,ଉତ୍ତମ ଖମାରୀ, ମଧୁସୂଦନ ଖେତୀ,ଶୁସାନ୍ତ କଲତା, ଟଙ୍କଧର ଗଡତ୍ଯା, ବ୍ରଜଭୁଷଣ ସାଏ, ନିରଞ୍ଜନ ଡାଙ୍ଗ, ପୁର୍ଣ୍ଣଚନ୍ଦ୍ର ବିଶ୍ବାଳ, ମଞ୍ଜରୀ ପଟେଲ, ସସ୍ମିତା ମେହେର, ଲକ୍ଷ୍ମୀ ଜୁଏଡ,ସୁବାସୀନି ସାହୁ,ଆନନ୍ଦ ପଧାନ, କିଶୋର ଚନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ଥିଲେ। ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ଵା ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande