ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ
ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲା ଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆଜି
Safei


ନୂଆପଡ଼ା, ୨ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲା ଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆଜି ଖଡିଆଳ ସ୍ଥିତ ଯୋଗୀମଠ ଏବଂ ରିଷିପିଠ ପର୍ଯ୍ୟଟନସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ର ଉଦଘୋଷଣାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନ ବିଭାଗ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନରେ ସହାୟକ ହେବା ସହିତ ଭାରତକୁ ବାଲ୍ୟବିବାହ ଓ ନିଶାମୁକ୍ତ କରିବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ ଦେଇଥିଲେ।

ସଭାରେ ଖଡ଼ିଆଳ ତାଲୁକ ଆଇନ ସେବା କମିଟି ବରିଷ୍ଠ ଦେୱାନୀ ବିଚାରପତି ଇଶା ପତି, ଖଡିଆଳ ଡିଏଫଓ ଅଜିଜ ଖାନ, ଖଡ଼ିଆଳ ଏନ୍.ଏ.ସି ଅଧ୍ୟକ୍ଷ ସ୍ଵାଧୀନ କେତନ ମହାରଣା, ପିଇଓ କମଳିନୀ ବାଗ, ଖଡ଼ିଆଳ ଓକିଲ ସଂଘ ସଭାପତି ପ୍ରତାପ କିଶୋର ଜଗତ, ସଚିବ ସଂକର୍ଶଣ ପଣ୍ଡା, ୟାର୍ ସଂଗଠନର ପ୍ରତିଷ୍ଠାତା ମହେନ୍ଦ୍ର ଯୋଶୀ, ମିରର୍ ସଂଗଠନର ପ୍ରତିଷ୍ଠାତା କାର୍ତ୍ତୀକ ବାଗ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ତଥା ପ୍ରାଧିକରଣର ଅଧିକାର ମିତ୍ର ଘନଶ୍ୟାମ ଶଗରିଆ, ପବିତ୍ର ଡୋଙ୍ଗରାଜ, ପ୍ରତିଭା ପାଣିଗ୍ରାହୀ, ତପସ୍ଵିନୀ ରଣା, ସୁଷମା ଗହିର, ରାଜେଶ ପୋଢ, କ୍ଷୀରସିନ୍ଧୁ ତାଣ୍ଡି, ବୋଧିସତ୍ତ୍ଵ ବାଗ, ଇନ୍ଦୁମତି ସାଗର, ଦ୍ରୌପଦୀ ସଗରିଆ, ନିରଞ୍ଜନ ନାଗଙ୍କ ସମେତ ବହୁ ସ୍ବେଛାସେବୀ, ଅନ୍ଯାନ୍ଯ ଓକିଲଗଣ ଓ ପ୍ରାଧିକରଣର ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ପ୍ରାୟ ୩୫୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଉଠା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande