
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ଖଣ୍ଡଗିରି ମାଘ ମେଳା ପାଇଁ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୨୫ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଖଣ୍ଡଗିରି ମାଘ ମେଳା ଚାଲିବ। ସମସ୍ତ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି , ଯାତ୍ରା କମିଟି, ବିଦ୍ୟୁତ୍ ବିଭାଗ , ୱାଟକୋ, ଆର ଏଣ୍ଡ ବି , ପୋଲିସ ସହ ବିଏମସି ର ବୈଠକ ବସିଥିଲା । ବୈଠକ ପରେ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେବେ। ୧୦୦ରୁ ଉର୍ଦ୍ଧ ସିସିଟିଭି ଲାଗିବ। ଈଗଉ ର ୨୪ ଘଂଟିଆ କେଂଟ୍ରାଲ ରୁମ୍ ରହିବ, ସବୁ ବିଭାଗର ଅଧିକାରୀ ମାନେ ରହିବେ । ଠାକୁର ପ୍ରସେଶନ ଠୁ ନେଇ ଷ୍ଟଲ ବଂଟନ ଉପରେ ଆଲୋଚନା। ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ , ପାନୀୟ ଜଳ , ଆଲୋକିକରଣ, ସୁରକ୍ଷା ଯୋଗେଇ ଦିଆଯିବ। ବୁଲା ବିକାଳୀଙ୍କ ପ୍ରବେଶ ଉପରେ ରୋକ ରହିବ। ଆବଶ୍ୟକ ଅନୁଯାୟୀ ସ୍ୱାସ୍ଥ୍ୟ ସେବା ,ଭ୍ରାମ୍ୟମାଣ ଶୌଚାଳୟ ,ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୋଲିସ ର ପେଟ୍ରୋଲିଂଙ୍ଗ କଡ଼ାକଡି କରାଜିବ। ଖଣ୍ଡଗିରି ରେ ୭ ଟି ଯାତ୍ରା ପେଣ୍ଡାଲ ରେ ଯାତ୍ରା ପରିବେଷଣ କରିବେ । ଅଶ୍ଳୀଳ ନୃତ୍ୟ ଉପରେ କଟକଣା ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା