ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି
ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ୩୯ ତମ ସ୍ୱାଧିନତା ସଂଗ୍ରାମୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱର ମଧ୍ୟ ଭାଗରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି । କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହେବ ପ୍ରତିମୂର୍ତି । ସରକାର ଏ ନେଇ ବିଚାରକ
ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୦୨ ଜାନୁଆରୀ (ହି.ସ.)- ୩୯ ତମ ସ୍ୱାଧିନତା ସଂଗ୍ରାମୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଭୁବନେଶ୍ୱର ମଧ୍ୟ ଭାଗରେ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି । କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହେବ ପ୍ରତିମୂର୍ତି । ସରକାର ଏ ନେଇ ବିଚାରକୁ ନେଇଛନ୍ତି । ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଆୟୋଜିତ ୩୯ ତମ ସର୍ବ ଭାରତୀୟ ସ୍ୱାଧିନତା ସଂଗ୍ରାମୀ ଦିବସ ମହୋତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ବରପୁତ୍ର ମାନଙ୍କ ଗ୍ରାମରେ ସେମାନଙ୍କ ପୁଣ୍ୟତିଥି ଓ ଜୟନ୍ତୀ ଦିବସ ଆୟୋଜିତ କରାଯାଇ ସରକାର ପାଳନ କରିବେ। ଆଗାମୀ ଦିନରେ ଆହୁରି ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ଦାୟଦ ମାନଙ୍କୁ କୁଟୁମ୍ବ ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ପେନସନ ଦିଆଯିବ। ବରପୁତ୍ର ମାନଙ୍କ ଜନ୍ମ ପୀଠକୁ ସ୍ମୃତି ପୀଠ ଭାବେ ବିକଶିତ କରାଯିବ। ବରପୁତ୍ର ମାନେ ଜନ୍ମ ନେଇଥିବା ୨୫ଟି ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଭାବେ କରିବା ପାଇଁ ସରକାର କ୍ୟାବିନେଟରେ ନିଷ୍ପତି ନେଇଛନ୍ତି । ଏହି ଭଳି ଭାବେ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି । ସେମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ସମ୍ମାନିତ କରାଯିବ । ସେମାନଙ୍କ ଜନ୍ମପୀଠକୁ ସ୍ମୃତିପୀଠ ଭାବେ ପରିଣତ କରାଯିବ । ସେଠାରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ । ସେପଟେ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସଂଗ୍ରାମୀ ଓ ସେମାନଙ୍କ ଦାୟଦ ମାନେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଟକ ସାଂସଦ ଭର୍ତୃହରି ମହତାବ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande