ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ବିଧାନସଭାରେ ପାଳିତ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀ । କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭା ପରିସରରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍
ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ବିଧାନସଭାରେ

ପାଳିତ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧବାର୍ଷିକୀ ।

କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭା ପରିସରରେ ଥିବା

ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ଗଠନ କ୍ଷେତ୍ରରେ ହରେକୃଷ୍ଣ ମହତାବଙ୍କ ଅବଦାନ ଗୁଡ଼ିକୁ ମନେ

ପକାଇଛନ୍ତି ମୋହନ । ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପ

ବାଚସ୍ପତି ଭବାନୀ ଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ

ପ୍ରଧାନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଏବଂ ବିଧାୟକ

ଗଣ ଉପସ୍ଥିତ ଥିଲେ ।

ଏହି ଅବସରରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜନୈତିକ ଦୂରଦର୍ଶିତା, ପ୍ରଶାସନିକ ଦକ୍ଷତା ଓ ସାଂସ୍କୃତିକ ଜାଗରଣର ସେ ଥିଲେ ଜଣେ ଅନନ୍ୟ

ପୁରୁଷ। ନୂଆ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଠାରୁ ଆରମ୍ଭ କରି ହୀରାକୁଦ ବନ୍ଧ ନିର୍ମାଣ

ପର୍ଯ୍ୟନ୍ତ, ଓଡ଼ିଶାର

ବିକାଶ ଧାରାରେ ତାଙ୍କର ଯୁଗାନ୍ତକାରୀ ନିଷ୍ପତ୍ତି ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି। ତାଙ୍କ

ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହୋଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ

ପ୍ରତିଶ୍ରୁତିବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande