
ଭୁବନେଶ୍ୱର, 02 ଜାନୁଆରି (ହି.ସ.)
ଗାଇଡ ଲାଇନ ଆଣିବା ପାଇଁ
ବିଚାର କରିବ ଗୃହ ବିଭାଗ ଗାଇଡ ଲାଇନ
- ଲୋକସେବା ଭବନରେ
ମାଳ ମାଳ ରିଲ୍ସ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦବେଗ ପ୍ରକାଶ କରିଛନ୍ତି । ଲୋକସେବା
ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ
ରିଲ୍ସର କୌଣସି ଅବକାଶ ନାହିଁ । ଏହା ଠିକ୍ କଥା ନୁହେଁ । ଆଗକୁ ଗୃହ ବିଭାଗ ଲୋକ ସେବା ଭବନ
ସୁରକ୍ଷା କର୍ମୀଙ୍କୁ ତାଗିଦ୍ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ହେଉଛି ଲୋକ ସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ
ବିଭାଗ ପଦକ୍ଷେପ ନେବେ । ଗୃହ ବିଭାଗ ଗାଇଡ ଲାଇନ ଆଣିବା ନେଇ ବିଚାର କରିବ । ଆଶା ଏଭଳି କଥା
ନହେଉ ଆମ ସମସ୍ତଙ୍କ ଇଚ୍ଛା । କାରଣ ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କିନ୍ତୁ ଆଶା
କରିବି ଆଗକୁ ଏଭଳି ନହେଉ, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା