
ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ଦୀର୍ଘ ୫
ଦିନ ଧରି ଓଏସଏସସି ଅଫିସ ସାମ୍ନାରେ ଆନ୍ଦୋଳନ
କରୁଛନ୍ତି ଆଶାୟୀ ଶିକ୍ଷକ । ମାର୍ଚ୍ଚ
୨୦୨୫ ରେ ମୁଖ୍ୟ ପରୀକ୍ଷା
ଦେଇ ସାରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଡକ୍ୟୁମେଂଟ ଭେରିଫିକେସନ ହୋଇପାରୁନାହିଁ
। ଏହା
ସହ ମେରିଟ ଲିଷ୍ଟ
ମଧ୍ୟ ପ୍ରକାଶ କରାଯାଉନାହିଁ. ।
ବର୍ଷ ବର୍ଷ ଧରି
କିଛି ମନ୍ଦ ବୁଦ୍ଧି
ରଖୁଥିବା ଆଶାୟୀ ହାଇକୋର୍ଟରେ
ମିଛ କେଶ କରି ଏଭଳି
କରୁଥିବା ଅଭିଯୋଗ କରିଛନ୍ତି । ସେପଟେ ଓଏସଏସସି ନିର୍ଦିଷ୍ଟ ଗାଇଡଲାଇନ ନ ରଖିଥିବାରୁ
ଆଶାୟୀ ମେଧାବୀ ମାନେ
ବର୍ଷ ବର୍ଷ ଧରି ଶିକ୍ଷିତ ବେକାରୀ
ହେଉଛନ୍ତି । ଖୁବ୍ ଶୀଘ୍ର ଡକ୍ୟୁମେଂଟ
ଭେରିଫିକେସନ କରି ମେରିଟ ଲିଷ୍ଟ
ପ୍ରକାଶ କରିବା ପାଇଁ ଦାବି
କରିଛନ୍ତି ପରୀକ୍ଷାର୍ଥୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା