ମାତାରିଣୀ କ୍ରିକେଟ ଟର୍ଣ୍ଣମେଣ୍ଟ ଉଦଯାପିତ, ବ୍ରଦର୍ସ ଇଲେଭେନ୍ ଓଡ଼ପଡ଼ା କୁ ହରାଇ ବ୍ଲାକ୍ ଡାଇମଣ୍ଡ ବେଗୁନାଣ୍ଡି ଟିମ୍ ଚାମ୍ପିଅନ
କେନ୍ଦୁଝର, 28 ଜାନୁଆରି (ହି.ସ.) -ଘଷିପୁରା ବ୍ଲକ ଉଲ୍ଲୋଳ ଗ୍ରାମରେ ଅନୁଷ୍ଠିତ ହୋଇଥିବା ମାତରିଣୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହୋଇଯାଇଅଛି, ଏଥିରେ ଫାଇନାଲ ରେ ଓଡ଼ପଡ଼ା ର ବ୍ରଦର୍ସ ଏଲେଭେନ୍ କୁ ପରାସ୍ତ କରି ବ୍ଲାକ୍ ଡାଇମଣ୍ଡ ଟିମ୍ ଚମ୍ପିଆନ ହୋଇଛି, ଏହି ଫାଇନାଲ ମୁକାବିଲା ରେ ତିନି ମ୍ୟାଚ୍
ମାତାରିଣୀ କ୍ରିକେଟ ଟର୍ଣ୍ଣମେଣ୍ଟ ଉଦଯାପିତ, ବ୍ରଦର୍ସ ଇଲେଭେନ୍ ଓଡ଼ପଡ଼ା କୁ ହରାଇ ବ୍ଲାକ୍ ଡାଇମଣ୍ଡ ବେଗୁନାଣ୍ଡି ଟିମ୍ ଚାମ୍ପିଅନ


କେନ୍ଦୁଝର, 28 ଜାନୁଆରି (ହି.ସ.) -ଘଷିପୁରା ବ୍ଲକ ଉଲ୍ଲୋଳ ଗ୍ରାମରେ ଅନୁଷ୍ଠିତ ହୋଇଥିବା ମାତରିଣୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଯାପିତ ହୋଇଯାଇଅଛି, ଏଥିରେ ଫାଇନାଲ ରେ ଓଡ଼ପଡ଼ା ର ବ୍ରଦର୍ସ ଏଲେଭେନ୍ କୁ ପରାସ୍ତ କରି ବ୍ଲାକ୍ ଡାଇମଣ୍ଡ ଟିମ୍ ଚମ୍ପିଆନ ହୋଇଛି, ଏହି ଫାଇନାଲ ମୁକାବିଲା ରେ ତିନି ମ୍ୟାଚ୍ ବିଶିଷ୍ଟ ମ୍ୟାଚ୍ ସ୍ଥିର ହୋଇଥିଲେ ହେଲେ ପ୍ରଥମ ଦୁଇ ମ୍ୟାଚକୁ ଯଥାକ୍ରମେ ୪୨ ରନ ଓ ୨୮ ରନ୍ ରେ ବ୍ଲାକ ଡାଇମଣ୍ଡ ଟିମ୍ ବିଜୟ ହାସଲ କରିବାରୁ ଫାଇନାଲ ରେ ବିଜେତା ହୋଇଥିଲା, ପ୍ରାରମ୍ଭ ରେ ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ହରିଚନ୍ଦନପୁର ସ୍ଥିତ ତାଳଡିହି, ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପଲେଇ ଏବଂ ଅଳତି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପ୍ରିୟବ୍ରତ ବରାଳ ଓ ସମାଜ ସେବୀ ଦିଲ୍ଲୀପ କୁମାର ରାଉତ୍ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଖେଳ ଆରମ୍ଭ କରିଥିଲେ, ଏଥିରେ ପ୍ରସିଦ୍ଧ ଅମ୍ପାୟର ପିଣ୍ଟୁ ନାଥ, ଓ ବରିଷ୍ଠ ଟେନିସ ବଲ୍ ଖେଳାଳୀ ମନ ମୋହନ ଜେନା ଅମ୍ପୟାର ଭାବେ ଖେଳ କୁ ପରିଚାଳନା କରିଥିଲେ, ଡି କ୍ରିଷ୍ଣା କୁମାର ଓ କାଳନ୍ଦୀ ନାଥ ସ୍କୋରର ଦାୟିତ୍ୱ ରେ ଥିବା ବେଳେ ଜିତେନ୍ଦ୍ର ଜେନା ଓ ରାଜେନ୍ଦ୍ର ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ, ମ୍ୟାଚ୍ ଶେଷ ରେ ଛଅ ବଲ ରେ ଛଅ ଛକା ମାରି ୨୨ ବଲ ରେ ୮୯ ରନ କରିଥିବା ବ୍ଲାକ୍ ଡାଇମଣ୍ଡ ଟିମ୍ ର ଲାଲା ଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା, ଆସୋସୋସନ୍ ର ମୂଖ୍ୟ ସୁଭାଷ ପଲେଇ, ରାଜେନ୍ଦ୍ର ନାଥ, ରଞ୍ଜନ ସାହୁ, ଜ୍ଞାନ ରଞ୍ଜନ ପଲେଇ, ଗୋବିନ୍ଦ ପଡ଼ିଆରି, ଧର୍ମା ଜେନା, ବାପୁନ୍ ନାଥ, ଚନ୍ଦନ ସାହୁ, ମୁନା ନାଥ, ଆଦି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande