
ଚମ୍ପୁଆ, ୦୭ ଜାନୁଆରି (ହି.ସ.) - ଚମ୍ପୁଆ ଲ୍ୟାମ୍ପ୍ସ ଦ୍ୱାରା ଖରିପ ଋତୁରେ ଧାନ କ୍ରୟ କରିବା ପାଇଁ ରଜିଆ ଠାରେ ବିଧିବଦ୍ଧ ଭାବେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇ ଯାଇଛି। ଏହି ମଣ୍ଡିକୁ ଚମ୍ପୁଆ ଲ୍ୟାମ୍ପ୍ସ ସଭାପତି ଲଳିତ ସିଂ, ଚମ୍ପୁଆ ଲ୍ୟାମ୍ପ ପରିଚାଳନା ନିର୍ଦେଶକ ରଜତ ଗିରୀ, ରିମୁଳି ଲ୍ୟାମ୍ପ୍ସ ପରିଚାଳନା ନିର୍ଦେଶକ ଦେବଦତ ମହାରଣା, ଜାମୁଦଲକ ଲ୍ୟାମ୍ପ୍ସ ପରିଚାଳନା ନିର୍ଦେଶକ ସୁଶୀଲ ନାଏକ ବିଧିବଦ୍ଧ ଭାବେ ପୂଜାର୍ଚନା କରି ନଡ଼ିଆ ପିଟି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା ପରିଷଦ ର ନିର୍ଦେଶକ ପ୍ରଦୀପ ମହାନ୍ତ, ଦୀନବନ୍ଧୁ ଗିରୀ, ସଦସ୍ୟ ଦୁଷ୍ମନ୍ତ ପ୍ରଧାନ, ଡାଟା ଅପରେଟର ଚନ୍ଦ୍ରକାନ୍ତ ନାଏକ, ଚାଷୀ ଅନାମ ଦାସ, ସନାତନ ବେହେରା, ନାଲଦି ମହାରଣା, ସୁଶୀଲ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ପହଲି ନାଏକ, ତପନ ଉଗୁରସାଣ୍ଡି, ଭାଗବତ ନାଏକ ପ୍ରମୁଖ ଙ୍କ ସମେତ ସ୍ଥାନୀୟ ବହୁ ଚାଷୀ ଉପସ୍ଥିତ ଥିଲେ। କର୍ତୃପକ୍ଷ ଭାଗବତ ନାଏକଙ୍କ ଧାନ କ୍ରୟ କରି ମଣ୍ଡି ଉଦଘାଟନ କରିଥିଲେ। ଚମ୍ପୁଆ ଏନଏସି ଓ ରଜିଆ ପଂଚାୟତର ଚାଷୀ ମାନେ ଲ୍ୟାମ୍ପ୍ସ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଏହି ମଣ୍ଡିରେ ଧାନ ବିକ୍ରି କରି ପାରିବେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta