
ଜୟପୁର, ୦୭ ଜାନୁଆରି (ହି.ସ.) - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜୟପୁର ଶାଖା ର ୮୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇଲ ସାହି ଜୟପୁର ଠାରେ ପାଳିତ ହୋଇଯାଇଛି। ଜୟପୁର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀପ୍ରସାଦ ଦାସ ଙ୍କ ଅଧକ୍ଷତାରେ ଏହି ଦିବସ ପାଳନ ଅବସରରେ ଅବସର ପ୍ରାପ୍ତ ପୂର୍ବତନ ବରିଷ୍ଠ ଶିକ୍ଷକ ଅମିତାଭ ପଟ୍ଟନାୟକ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାଧୁରୀ ପଣ୍ଡା, ଅତିଥି ଭାବେ ଯୋଗ ଦେଇ ସଂଘିୟ ପତାକା ଉତୋଳନ କରିଥିଲେ। ସଂଘର ଏକତାକୁ ବଜାୟ ରଖିବା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ସଂଘ ବଦ୍ଧ ପରିକର ବୋଲି ସଂଘର ସମ୍ପାଦକ ପ୍ରଦୀପ କୁମାର ମିଶ୍ର କହିଥିଲେ। ଏହି ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁକୁମୀନା ଦାସଙ୍କ ସମେତ ସିଆର ସି ସି ସଂଯୁକ୍ତା ରାଉତ, ସର୍ବେଶ୍ୱର ପଟ୍ଟନାୟକ, ଶିକ୍ଷକ ସୂର୍ଯ୍ୟ ମହାରଣା ସଂଘର ଉପ ସଭାନେତ୍ରୀ ମମତା ମହାପାତ୍ର,କୋଷାଧ୍ୟକ୍ଷ ପୁରନ୍ଧର ନାୟକ,ଜ୍ୟୋତିରାଣୀ ପଣ୍ଡା, ସହ ସମ୍ପାଦକ ମନୋରଞ୍ଜନ ପଲାଇ, ସାଗର ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି