ଜାରକା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ
ଧର୍ମଶାଳା,୭ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସଚିନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଚଣ୍ଡିଖୋଲସ୍ଥିତ ପୂର୍ବାଂଚଳ ଅତିରିକ୍ତ ମୁଖ୍ୟଯନ୍ତ୍
ଜାରକା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ


ଧର୍ମଶାଳା,୭ଜାନୁଆରି(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସଚିନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଚଣ୍ଡିଖୋଲସ୍ଥିତ ପୂର୍ବାଂଚଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଣବ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ଜାରକା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସେଚନ କ୍ଷେତ୍ରରେ ଅନେକ ସୁଧାର ଅଣାଯାଇଛି ବୋଲି କହିଥିଲେ । ବିଜେପି ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଯନ୍ତ୍ରୀ ଚକ୍ରଧର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ କୃଷି ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି,ପାଣି ପଂଚାୟତ ସଂପାଦକ ନଳିନୀକାନ୍ତ ପୃଷ୍ଟି, ପାଣି ପଂଚାୟତ ସଭାପତି ଦୁଃଶାସନ ସାହୁ,ରମେଶ ଚନ୍ଦ୍ର ଦାଶ ଓ ଅନନ୍ତ କୁମାର ଷେଣ୍ଢ ପ୍ରମୁଖ ଯୋଗଦେଇ ଜଳସେଚନ କ୍ଷେତ୍ରରେ ଆଜିବି ଅନେକ ସମସ୍ୟା ରହିଥିବା କହିଥିଲେ । ଏହି ଅବସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗବତ ବେହେରା ପାଣି ପଂଚାୟତ ପକ୍ଷ ଉଦେଶ୍ୟରେ ଶପଥ ପାଠ କରାଇ ଥିଲେ । ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ମହାପାତ୍ର, ଇତିଶ୍ରୀ ସାହୁ ଓ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁର୍ବରୁ ଅନୁଷ୍ଠିତ ପ୍ରକଳ୍ପ, ପେଟିଙ୍ଗ, ରଚନା ଓ ସାଧାରଣ ଜ୍ଞାନ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାଏମାସ୍ଥିତ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande