
ନୂଆଦିଲ୍ଲୀ, ୦୮ ଜାନୁଆରୀ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) ସଂଖ୍ୟାଲଘୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜମାଲ ସିଦ୍ଦିକି ତୁର୍କମାନ ଗେଟ୍ ଦିଲ୍ଲୀ ସ୍ଥିତ ଫୈଜ-ଏ-ଇଲାହୀ ମସ୍ଜିଦ ପାରେ ଉପଦ୍ରବ ପାଇଁ ରାମପୁରର ସମାଜବାଦୀ ପାର୍ଟି(ସପା) ସାଂସଦ ମୋହିବୁଲ୍ଲାହ ନଦବୀଙ୍କୁ ଦାୟୀ କରି ତାଙ୍କ ଗିରଫର ଦାବି କରିଛନ୍ତି।
ଗୁରୁବାର ଦିନ ଜାରି କରାଯାଇଥିବା ସୂଚନା ମୁତାବିକ ଜମାଲ ସିଦ୍ଦିକୀ ଅଭିଯୋଗ କରିଛନ୍ତି ଯେ ସପା ସାଂସଦ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଉକ୍ସାଇବା କାମ କରିଛନ୍ତି। ଯେତେବେଳେ ମସ୍ଜିଦ୍ କମିଟିର ଦାୟିତ୍ୱବାନ ଏବଂ ବରିଷ୍ଠ ସ୍ଥାନୀୟ ନାଗରିକ ଲୋକଙ୍କୁ ବୁଝାଇବା କାମ କରୁଥିଲେ, ଯାହା କେତେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ତେବେ ସପା ସାଂସଦ ସେଠାରେ ପହଂଚି ପଥରମାଡ଼ କରୁଥିବାମାନଙ୍କ ସମର୍ଥନ କରିବା, ଉପସ୍ଥିତ ଲୋକଙ୍କୁ ଉସ୍କାଇବା ପୂର୍ବ ନିୟୋଜିତ ଥିଲା, ଯାହାର ଯୋଜନା ଲକ୍ଷେ୍ଣøରେ କରାଯାଇଥିଲା।
ଜମାଲ ସିଦ୍ଦିକୀ ଲୋକମାନଙ୍କୁ ଶାନ୍ତିର ଅପିଲ୍ କରି କହିଛନ୍ତି ଯେ ଯେଉଁ ପ୍ରକାର ପୋଲିସ୍ ଉପରେ ପଥର ମାଡ଼ କରିଚନ୍ତି, ସେ ପିଲାଳିଆମୀ ଥିଲା କାହିଁକି ନା ପୋଲିସ କେବଳ କୋର୍ଟର ଆଦେଶର ପାଳନ କରି ଅନଧିକୃତ କବ୍ଜାକୁ ହଟାଉଛି। ମିଛ କଥା ଭାଇରାଲ ହୋଇଛି ଯେ ମସ୍ଜିଦ ଫୈଜ-ଏ-ଇଲାହୀ ଉପରେ ୩୨ ବୁଲ୍ଡୋଜର ଚାଲିବ, ଯେଉଁଥିରେ ଲୋକ ରାଗିଯାଇଛନ୍ତି ଏବଂ ରାତିକୁ ପଥରମାଡ଼ ଆରମ୍ଭ କରିଦେଇଛନ୍ତି। ସେ କହିଛନ୍ତି ଯେ ଏଥିରେ ଦିଲ୍ଲୀ ବା କେନ୍ଦ୍ର ସରକାରଙ୍କ କୌଣସି ରୋଲ୍ ନୁହେଁ କାହିଁକି ଏ ସବୁ ସ୍ଥାନୀୟ ଲୋକଙ୍କ ଅତିକ୍ରମଣ ସହିତ ଯୋଡ଼ିଥିବା ଅଭିଯୋଗ ପରେ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି