
କୋଲକାତା, ୦୮ ଜାନୁଆରୀ(ହି.ସ.) – ରାଜନୀତିକ ପରାମର୍ଶ ସଂସ୍ଥା ଇଣ୍ଡିଆ ପଲିଟିକାଲ୍ ଆକ୍ସନ କମିଟି(ଆଇ-ପ୍ୟାକ୍)ର ପ୍ରମୁଖ ପ୍ରତୀକ ଜୈନଙ୍କ ପରିବାର ଗୁରୁବାର ଦିନ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ପୋଲିସ୍ରେ ଅଭିଯୋଗ ରୁଜୁ କରାଇଛି। ଅଭିଯୋଗରେ କୁହାଯାଇଛି ଯେ କୋଲକାତା ସ୍ଥିତ ତାଙ୍କ ଘରେ ଚଢ଼ାଉ ସମୟରେ ଇଡି ଆଧିକାରୀକ ମହତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିଛନ୍ତି।
ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ, ପ୍ରତୀକ ଜୈନଙ୍କ ପତ୍ନୀ ସେକ୍ସପିୟର ସରଣୀ ଥାନାରେ ଅଭିଯୋଗ ରୁଜୁ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଲାଉଡନ ଷ୍ଟ୍ରିଟ୍ ସ୍ଥିତ ଆବାସରେ ହୋଇଥିବା ଚଢ଼ାଉ ସମୟରେ ଘରେ ଆବଶ୍ୟକ ଏବଂ ପ୍ରମୁଖ କାଗଜପତ୍ର ଗାୟବ ହୋଇଯାଇଛି। ପୋଲିସ୍ ଅଧିକାରୀ କହିଛନ୍ତି ଯେ, ଆମେ ଇଡି ବିରୋଧରେ ଚୋରିର ଔପଚାରିକ ଅଭିଯୋଗ ମିଳିଛି। ମାମଲାର ଯାଂଚ କରାଯାଉଛି ଏବଂ ଯାଂଚର ନିଷ୍କର୍ଷ ଆଧାରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ କରାଯିବ।
ଇଡିର ଏକ ଅଧିକାରୀ କହିଛନ୍ତି ଯେ ତଲାଶୀ ଅଭିଯାନ ସକାଳ ପ୍ରାୟ ୬ଟାରେ ଆରମ୍ଭ ହୋଇଛି ଏବଂ ନଅ ଘଂଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଏଜେନ୍ସିର ଟିମ୍ ଦୋପହର ପ୍ରାୟ ତିନିଟାରେ ପ୍ରତୀକ ଜୈନଙ୍କ ଘରୁ ବାହାରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି