ମାନବ ଅଧିକାର କମିଶନ ଗାନ୍ଧୀନଗରରେ ଟାଇଫଏଡ୍ ବ୍ୟାପିବା ନେଇ ନୋଟିସ୍ କଲେ ଜାରି
ନୂଆଦିଲ୍ଲୀ, ୮ ଜାନୁଆରୀ (ହିସ)- ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଗାନ୍ଧୀନଗରରେ ଟାଇଫଏଡ୍ ବ୍ୟାପିବା ରଷ୍ଟ୍ରୀୟ ମାନବଧୀକାର କମିଶନ ସ୍ୱତଃସ୍ପୃତ ବିଚାର କରିଛି ଏବଂ ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ମାଗିବା ପାଇଁ ଏକ ନୋଟିସ୍ ଜାରି କରିଛି। ଗୁରୁବାର ଦିନ ମାନବ ଅଧିକାର ଦ୍ୱାରା ଜାରି ଏକ
ମାନବ ଅଧିକାର କମିଶନ ଗାନ୍ଧୀନଗରରେ ଟାଇଫଏଡ୍ ବ୍ୟାପିବା ନେଇ ନୋଟିସ୍ କଲେ ଜାରି


ନୂଆଦିଲ୍ଲୀ, ୮ ଜାନୁଆରୀ (ହିସ)- ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଗାନ୍ଧୀନଗରରେ ଟାଇଫଏଡ୍ ବ୍ୟାପିବା ରଷ୍ଟ୍ରୀୟ ମାନବଧୀକାର କମିଶନ ସ୍ୱତଃସ୍ପୃତ ବିଚାର କରିଛି ଏବଂ ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ମାଗିବା ପାଇଁ ଏକ ନୋଟିସ୍ ଜାରି କରିଛି। ଗୁରୁବାର ଦିନ ମାନବ ଅଧିକାର ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ସହରରେ ସମ୍ପ୍ରତି ବିଛାଯାଇଥିବା ପାଣି ପାଇପଲାଇନରେ ଅନେକ ଲିକ୍ ଯୋଗୁଁ ନର୍ଦ୍ଦମା ପାନୀୟ ଜଳ ସହିତ ମିଶିଯାଉଛି, ଯାହା ଫଳରେ ଟାଇଫଏଡ୍ ମାମଲା ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହରର ଏକ ନିର୍ଦ୍ଦିଷ୍ଟ ଅଂଚଳରେ ୭୦ ଟି ସକ୍ରିୟ ମାମଲା ନିଶ୍ଚିତ କରିଛି, ଯେଉଁଥିରେ ଅଧିକାଂଶ ପିଲା ଅଛନ୍ତି।

ଆୟୋଗ ମୁଖ୍ୟ ସଚିବଙ୍କୁ ଟାଇଫଏଡ୍ ରୋଗୀଙ୍କ ବର୍ତମାନର ସ୍ୱାସ୍ଥ୍ୟ ସ୍ଥିତି ଏବଂ ଏପରି ଘଟଣାର ପୁନରାବୃତି ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande