୭୦ ତମ ଭଦ୍ରକ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତଯୋଗିତା ୨୦୨୬-୨୭
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ହନୁମାନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଦିନ ବ୍ୟାପି ୭୦ ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ପ୍ରତିଯୋଗିତା ୨୦୨୬-୨୭ ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା
BIDYALAYA SAMUHA KRIDA PRATIJOGITA


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ହନୁମାନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଦିନ ବ୍ୟାପି ୭୦ ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ସମୂହ ପ୍ରତିଯୋଗିତା ୨୦୨୬-୨୭ ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଜଗବନ୍ଧୁ ସାହୁ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ . ପ୍ରଫୁଲ୍ଲ କୁମାର ସାହୁ , ଜଗବନ୍ଧୁ ସାହୁ , ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଖଟୁଆ ଯୋଗ ଦେଇଥିଲେ । ଏଥିରେ ମୋଟ ୪୫୦ ଜଣ କ୍ରୀଡାବିତ୍ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନ ରେ ଦୌଡକୁଦ ଏବଂ ସାଇକ୍ଲିଂ କ୍ରୀଡ଼ା ଅନୁଷ୍ଠିତ ହେଇଥିଲା । ଏଥିରେ ୨୦ ଜଣ ଦୌଡକୁଡ଼ ଏବଂ ୧୫ ଜଣ ସାଇକ୍ଳିଂ ରେ ରଜ୍ୟସ୍ତରକୁ ଯିବା କୁ ମନୋନୀତ ହୋଇଥିଲେ ।ଦ୍ୱିତୀୟ ଦିବସ ରେ ହକି , ସଫ୍ଟବଲ୍, ବେସବଲ୍ କ୍ରୀଡ଼ା ଅନୁଷ୍ଠିତ ହେଇଥିଲା । ସେଥିମଧ୍ୟରୁ ହକି ରେ ଭଦ୍ରକ ବ୍ଲକ ଚାମ୍ପିଅନ ହୋଇଥିଲା । ବେସବଲ ଏବଂ ସଫ୍ଟବଲ ରେ ଭଦ୍ରକ ବ୍ଲକ ଚାମ୍ପିଅନ ଏବଂ ତିହିଡି ବ୍ଲକ ଉପ ବିଜେତା ହୋଇଥିଲା । ଏଥିମଧ୍ୟରୁ ୩୬ ଜଣ କ୍ରୀଡାବିତ୍ ରଜ୍ୟସ୍ତର କୁ ଯିବା କୁ ମନୋନୀତ ହୋଇଛନ୍ତି ।ଉଦଯାପନୀ ସଭା ରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକ ଯୋଗଦାନ କରିଥିଲେ ଏବଂ କ୍ରୀଡ଼ା ପତାକା ଅବତରଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande