ମନ୍ତେଇ ନଦୀ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ
ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଏହି ଜିଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲିମେଦ ଗ୍ରାମ ପଂଚାୟତର ଚାରିବାଟିଆଠାରେ ନିର୍ମାଣାଧୀନ ମନ୍ତେଇ ନଦୀ ସେତୁ ଓ ପାର୍କ ନିର୍ମାଣସ୍ଥଳକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରିଛନ୍ତି। ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ସେତୁ ଚାଲୁ ହେଲେ ଅଂଚଳବା
MANTEI NADI COLLECTOR VISIT


ଭଦ୍ରକ, ୧ ଅକ୍ଟୋବର (ହି.ସ.) - ଏହି ଜିଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲିମେଦ ଗ୍ରାମ ପଂଚାୟତର ଚାରିବାଟିଆଠାରେ ନିର୍ମାଣାଧୀନ ମନ୍ତେଇ ନଦୀ ସେତୁ ଓ ପାର୍କ ନିର୍ମାଣସ୍ଥଳକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରିଛନ୍ତି। ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ସେତୁ ଚାଲୁ ହେଲେ ଅଂଚଳବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଗମ ହେବ। ସେହିପରି ନିର୍ମାଣାଧୀନ ପାର୍କ ଭବିଷ୍ୟତରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମନୋରଞ୍ଜନ ଓ ଅବସର ବିନୋଦନର ସ୍ଥାନ ଭାବେ ବିକଶିତ ହେବ। ପରିଦର୍ଶନ ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀ, ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande