କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଶେଷ, ୧୫୨୪ଟି ଫର୍ମ-୬ ଦାଖଲ
ଜୟପୁର, ୧୦ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲାରେ ଗତ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ତିନିଦିନିଆ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଆଜି ଶେଷ ହୋଇଛି। ୦୧.୧୦.୨୦୨୬କୁ ଯୋଗ୍ୟତା ନିର୍ଦ୍ଧାରଣ ତାରିଖ ଭାବେ ଗ୍ରହଣ କରି ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନୂତନ ଓ ଯୁବ ଭୋଟରଙ୍କ ସମେ
କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଶେଷ, ୧୫୨୪ଟି ଫର୍ମ-୬ ଦାଖଲ


ଜୟପୁର, ୧୦ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲାରେ ଗତ ୭ ଅକ୍ଟୋବରରୁ ଆରମ୍ଭ ହୋଇଥିବା ତିନିଦିନିଆ ସ୍ୱତନ୍ତ୍ର ଭୋଟର ନାମଲେଖା ଅଭିଯାନ ଆଜି ଶେଷ ହୋଇଛି। ୦୧.୧୦.୨୦୨୬କୁ ଯୋଗ୍ୟତା ନିର୍ଦ୍ଧାରଣ ତାରିଖ ଭାବେ ଗ୍ରହଣ କରି ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନୂତନ ଓ ଯୁବ ଭୋଟରଙ୍କ ସମେତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ନାମ ପଞ୍ଜୀକରଣ ପାଇଁ ଏହି ଅଭିଯାନ ଆୟୋଜିତ ହୋଇଥିଲା। ଅଭିଯାନ ସମୟରେ ମୋଟ ୧୫୨୪ଟି ଫର୍ମ-୬ ଦାଖଲ ହୋଇଛି।

ନୂତନ ଓ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ଜିଲ୍ଲାର ବିଭିନ୍ନ ପୋଲିଂ ଷ୍ଟେସନ ଓ କଲେଜରେ ସ୍ୱତନ୍ତ୍ର ନାମଲେଖା ଶିବିର ଆୟୋଜନ କରାଯାଇଥିଲା। ଏଥିସହିତ ଏସଆଇଆର –୨୦୨୬ ଅନ୍ତର୍ଗତ ଡ୍ରାଫ୍ଟ ଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ସମୟରେ ଚିହ୍ନଟ ହୋଇଥିବା (ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଦ୍ୱିଗୁଣିତ ଭୋଟର ତାଲିକାକୁ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଂଟଙ୍କ ଉପସ୍ଥିତିରେ ପୋଲିଂ ଷ୍ଟେସନଗୁଡ଼ିକରେ ପୁନଃ ଯାଂଚ କରାଯାଇଥିଲା।

ଜିଲ୍ଲାର କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ଏହି ଅଭିଯାନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ, ନୂତନ ଓ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଉତ୍ସାହିତ କରାଯାଇଥିଲା।

ସ୍ୱତନ୍ତ୍ର ଅଭିଯାନ ଶେଷ ହୋଇଥିଲେ ମଧ୍ୟ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଭାବେ ଜାରି ରହିବ। ଯୋଗ୍ୟ ନାଗରିକମାନେ ନିମ୍ନଲିଖିତ ମାଧ୍ୟମରେ ଯେକୌଣସି ସମୟରେ ଫର୍ମ-୬ ଦାଖଲ କରିପାରିବେ।

ଭୋଟରମାନେ ବିଏଲଓ ଙ୍କ ସହ ଯୋଗାଯୋଗ, ଆବଶ୍ୟକ ସୂଚନା ଓ ସହାୟତା ପାଇଁ ୧୯୫୦ ଭୋଟର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ବିଏଲଓ ଙ୍କ ସହ କଲ୍ ବୁକ୍ କରିବା ପାଇଁ ଉପଲବ୍ଧ ସୁବିଧାର ମଧ୍ୟ ବ୍ୟବହାର କରିପାରିବେ।

ଜିଲ୍ଲା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି-କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଯେପରି ଭୋଟର ତାଲିକାରେ ସାମିଲ ନହୁଅନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande