ବୁର୍ଲା ଶିବ ମନ୍ଦିରରୁ ଚୋରି ଘଟଣା :ଚୋରି ସାମଗ୍ରୀ ଜବତ, ୩ ଗିରଫ
ବୁର୍ଲା ଶିବ ମନ୍ଦିରରୁ ଚୋରି ଘଟଣା :ଚୋରି ସାମଗ୍ରୀ ଜବତ, ୩ ଗିରଫ
ବୁର୍ଲା ଶିବ ମନ୍ଦିରରୁ ଚୋରି ଘଟଣା :ଚୋରି ସାମଗ୍ରୀ ଜବତ, ୩ ଗିରଫ


ବୁର୍ଲା ଶିବ ମନ୍ଦିରରୁ ଚୋରି ଘଟଣା :ଚୋରି ସାମଗ୍ରୀ ଜବତ, ୩ ଗିରଫ


ସମ୍ବଲପୁର, ୧୦, ଅକ୍ଟୋବର (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ସଦେଇପାଲି ସ୍ଥିତ ୟୁପି ସ୍କୁଲ ପଛପଟେ ଥିବା ପ୍ରଭୁ ଶିବଶଙ୍କରଙ୍କ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ବୁର୍ଲା ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ମହତାବନଗର ସୁଇପର କଲୋନିର ଶାନ କୁମ୍ଭାର, ବୋର୍ଡ କଲୋନିର ଅମନ କୁମ୍ଭାର ଓ ଶଙ୍କର ବିଶ୍ୱାଳ ଥିବା ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ, ଗତ ୭ ଓ ୮ ଅକ୍ଟୋବର ରାତିରେ ଅଭିଯୁକ୍ତମାନେ ମନ୍ଦିରରେ ପଶି ବିଭିନ୍ନ ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଯାଇଥିଲେ। ଏନେଇ ଅଭିଯୋଗ ହେବାପରେ ବୁର୍ଲା ଥାନାରେ ପୋଲିସ ୪୩୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଏକ ବିଶ୍ୱାସନୀୟ ସୂଚନା ଆଧାରରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିବାରେ ସମର୍ଥ ହୋଇଥିଲା

ଜବତ ସାମଗ୍ରୀ ମଧ୍ୟରେ ୨ଟି ବାଲ୍ଟି, ୬ଟି ଛୋଟବଡ଼ ଗଡ଼ୁ, ଗୋଟିଏ ଶୀତଳ ହାଣ୍ଡି, ୨ଟି ଆରତି ଦୀପ, ୨ଟି କନ୍ଦାଲୁ ଗଡ଼ୁ, ୨ଟି ଚନ୍ଦନ ଗିନା, ୫ଟି ଛୋଟ ପ୍ରସାଦ ଥାଳି, ୨ଟି ଘଂଟି, ୫ଟି ଛୋଟବଡ଼ ହୋମ ସାମଗ୍ରୀ ପାତ୍ର, ୧୧ଟି ଛୋଟବଡ଼ ଥାଳି, ୫ଟି ଦୀପ, ୨ଟି ଧୂପଦାନି, ୩ଟି ଛୋଟ ଗ୍ଲାସ, ଅନ୍ୟ ୨ଟି ଘଂଟି ଏବଂ ଗୋଟିଏ ସୁନାପାଣି ଦିଆ ହାର ରହିଛି। ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଅଦାଲତକୁ ପଠାଇଛି। ଗିରଫ ଅମନ କୁମ୍ଭାର ବିରୋଧରେ ପୂର୍ବରୁ ବୁର୍ଲା ଥାନାରେ ଚୋରି ଓ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ଏକାଧିକ ମାମଲା ରହିଥିବା ପୋଲିସ୍ ଗଣମାଧ୍ୟମକୁ କହିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande