
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: , ୬ ପଦବୀରେ ନିର୍ଦ୍ବନ୍ଦ୍ୱ ବିଜୟ
ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦରେ ତ୍ରିମୁଖୀ ଲଢ଼େଇ , ୧୫ରେ ମତଦାନ
ଜୟପୁର, , 10 ଅକ୍ଟୋବର (ହି.ସ.) ଦୀର୍ଘ ୮ ବର୍ଷ ପରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ `ାଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଛାତ୍ର ସଂସଦର ତିନି ପ୍ରମୁଖ ପଦବୀ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। , ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ନଥିବାରୁ ୬ଟି ପଦବୀରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହା ସହ ଅନ୍ୟ କେତେକ ପଦବୀରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବାକୁ `ାଉଛି ।
ବିଶ୍ୱବିଦ୍ୟାଳୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ, ସଭାପତି ପଦ ପାଇଁ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ଋଷଭ ସାଗରିଆ ଓ ଶେଖ୍ ସମସେର ହୁସେନଙ୍କ ମଧ୍ୟରେ ଲଢ଼େଇ ହେବ। ଉପସଭାପତି ପଦରେ ବସୁନ୍ଧରା ସିଂ, ବିଶ୍ୱରଞ୍ଜନ ବେଣ୍ୟା ଓ ଦିନେଶ ପାଣିଗ୍ରାହୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ପି. ହୋମେଶ୍ୱରୀ, ଶ୍ରୀକାନ୍ତ ଚୌଧୁରୀ ଓ ଟି. ହେମନ୍ତଙ୍କ ମଧ୍ୟରେ ମୁକାବିଲା ହେବ। ଅନ୍ୟ ପଦବୀଗୁଡ଼ିକ ମଧ୍ୟରେ ଡ୍ରାମାଟିକ୍ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ପଲକ ପଟ୍ଟନାୟକ ଓ ଯୁବରାଜ ସିଂ, ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ଆଶୁତୋଷ ମହାନ୍ତି ଓ ଶ୍ରୀକାନ୍ତ କୁମାର ଦେଓ ଏବଂ ସାଇନ୍ସ ଆସୋସିଏସନ୍ ସମ୍ପାଦକ ପଦ ପାଇଁ ଅମ୍ବିକା ପିଲେଣ୍ଟି ଓ ପାୟଲ ସାମନ୍ତରାୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଛଅଟି ପଦବୀରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ନିର୍ଦ୍ବନ୍ଦ୍ୱ ନିର୍ବାଚନର ସ୍ପଷ୍ଟ ହୋଇଛି। ସହ-ସାଧାରଣ ସମ୍ପାଦକ ଭାବେ ପର୍ଶୁରାମ ଗୋଲାରୀ, ଡ୍ରାମାଟିକ୍ ଆସୋସିଏସନ୍ ସହ-ସମ୍ପାଦକ ଭାବେ ପ୍ରବୀଣ କୁମାର ବଣିଆ, ଆଥଲେଟିକ୍ ଆସୋସିଏସନ୍ ସହ-ସମ୍ପାଦକ ଭାବେ ମହେନ୍ଦ୍ର ମାଶ୍ରା, ଡେ-ସ୍କଲାର୍ସ ଆସୋସିଏସନ୍ ସମ୍ପାଦକ ଭାବେ ଶୁଭମ କୁମାର ନାୟକ, କମର୍ସ ଆସୋସିଏସନ୍ ସମ୍ପାଦକ ଭାବେ ପ୍ରଥମ ପୂଜାରୀ ଏବଂ ଗାର୍ଲ୍ସ କମନ୍ ରୁମ୍ ସମ୍ପାଦିକା ଭାବେ ଲିସା ମହାପାତ୍ର ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୧୪ ତାରିଖ ବୁଧବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ‘ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍’ କାର୍ଯ୍ୟକ୍ରମ ହେବ। ଏଥିରେ ପ୍ରାର୍ଥୀମାନେ ନିଜର ନିର୍ବାଚନୀ ଲକ୍ଷ୍ୟ, ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଓ ଦାବି ସମ୍ପର୍କରେ ମତ ରଖିବେ। ଏହାପରେ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ବିଭିନ୍ନ ଶିକ୍ଷା ବ୍ଲକ୍ରେ ମତଦାନ ହେବ।
ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି। ଏନେଇ ବିଜ୍ଞପ୍ତି ସଂଖ୍ୟା ୭୦୬ ଜାରି କରାଯାଇ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନଙ୍କ ସହ ଆଚରଣ ବିଧି ଓ ଆଇନଶୃଙ୍ଖଳା ସମ୍ପର୍କିତ ସମୀକ୍ଷା ବୈଠକ କରାଯାଇଛି। କ୍ୟାମ୍ପସରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି।
ପ୍ରମୁଖ ପଦବୀଗୁଡ଼ିକରେ ତ୍ରିମୁଖୀ ଲଢ଼େଇ ଓ ଅନ୍ୟ ପଦବୀଗୁଡ଼ିକରେ ସିଧାସଳଖ ମୁକାବିଲା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳକୁ ୧୫ ତାରିଖର ମତଦାନ ଉପରେ ସମସ୍ତ ଙ୍କ ନଜର ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି