ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ
ସମ୍ବଲପୁର, ୧୦ ଅକ୍ଟୋବର (ହି.ସ.)- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆଜି ଅପରାହ୍ନରେ ସେ ସମ୍ବଲପୁରରେ ପହଂଚିଛନ୍ତି । ସନ୍ଧ୍ୟାରେ ସ୍ୱୟଂସେବକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସନ୍ଧ୍ୟାରେ ଗଙ୍ଗାଧର ମେହର (ଜିଏମ) ବିଶ୍ୱବିଦ୍
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ-୩


ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ-୩


ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ-୨


ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ-୧


ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ : ଜିଏମ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ଵୟଂସେବକଙ୍କ ‘ଆହ୍ଵାନ ଗଣ’ କାର୍ଯ୍ୟକ୍ରମରେ ଯୋଗଦାନ


ସମ୍ବଲପୁର, ୧୦ ଅକ୍ଟୋବର (ହି.ସ.)- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ଆଜି ଅପରାହ୍ନରେ ସେ ସମ୍ବଲପୁରରେ ପହଂଚିଛନ୍ତି । ସନ୍ଧ୍ୟାରେ ସ୍ୱୟଂସେବକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ସନ୍ଧ୍ୟାରେ ଗଙ୍ଗାଧର ମେହର (ଜିଏମ) ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ ସ୍ୱୟଂସେବକଙ୍କ ‘ଆହ୍ୱାନ ଗଣ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସାମିଲ୍ ହୋଇଥିବା ସ୍ୱୟଂସେବକ ମାନଙ୍କୁ ମୋହନ ଭାଗବତ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଆରଏସଏସ ର ୧୦୦ ବର୍ଷ ପୂର୍ତି ହୋଇଛି । ତେବେ ଆଗକୁ ସଂଘ କେଉଁ କେଉଁ ଦିଗ ଉପରେ କାର୍ଯ୍ୟ କରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ପୁରା ପଶ୍ଚିମ ଓଡ଼ିଶାର ୧୨ ଶହରୁ ଉର୍ଦ୍ଧ୍ୱ ସଂଘ କାର୍ଯ୍ୟକର୍ତା ଯୋଗ ଦେଇଛନ୍ତି । ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି ସଂଘର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତାମାନେ ଯୋଗଦେବେ । ମୋହନ ଭାଗବତ ବୈଠକର ତତ୍ୱାବଧାନ କରିବା ସହିତ କାର୍ଯ୍ୟକର୍ତା ମାନଙ୍କୁ ମାର୍ଗଦର୍ଶନ କରିବେ । ଏହି ବୈଠକରେ ମୁଖ୍ୟତଃ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇପାରେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଶେଷ କରି ସେ ରବିବାର ସନ୍ଧ୍ୟାରେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ଆରଏସଏସ ସୂତ୍ରରୁ ସୂଚନା ମିଳିଛି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande