ଅଙ୍କିତା ଭଣ୍ଡାରୀଙ୍କ ପରିବାରକୁ ଭେଟିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ, ନିରପେକ୍ଷ ନ୍ୟାୟ ଦାବି
ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଇଣ୍ଡିଆ ଗେଟ୍ରେ ପ୍ରଦର୍ଶନ କରୁଥିବା ଅଙ୍କିତା ଭଣ୍ଡାରୀଙ୍କ ପରିବାରକୁ ଭେଟିଛନ୍ତି। ଉଭୟ ନେତା ନ୍ୟାୟ ପାଇଁ ପରିବାରର ଦାବିକୁ ସମର୍ଥନ ଜଣାଇଛନ୍
अंकिता भंडारी के परिवार से मिले राहुल और प्रियंका गांधी


ନୂଆଦିଲ୍ଲୀ, ୧୪ ଅକ୍ଟୋବର (ହି.ସ.)। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଇଣ୍ଡିଆ ଗେଟ୍ରେ ପ୍ରଦର୍ଶନ କରୁଥିବା ଅଙ୍କିତା ଭଣ୍ଡାରୀଙ୍କ ପରିବାରକୁ ଭେଟିଛନ୍ତି। ଉଭୟ ନେତା ନ୍ୟାୟ ପାଇଁ ପରିବାରର ଦାବିକୁ ସମର୍ଥନ ଜଣାଇଛନ୍ତି।

ଉତ୍ତରାଖଣ୍ଡର ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କୁ ସେପ୍ଟେମ୍ବର ୨୦୨୨ରେ ଋଷିକେଶ ନିକଟସ୍ଥ ଏକ ରିସର୍ଟରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ ଏବଂ ତାଙ୍କର ଦୁଇଜଣ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ, ଏହି ମାମଲାରେ କଥିତ ‘ଭିଆଇପି’ଙ୍କ ଭୂମିକାର ମଧ୍ୟ ନିରପେକ୍ଷ ତଦନ୍ତ କରାଯାଉ ବୋଲି ପରିବାର ଦାବି କରୁଛି।

ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ନିଯୁକ୍ତ କରାଯିବାକୁ ନେଇ ମଧ୍ୟ ପରିବାର ପକ୍ଷରୁ ବିରୋଧ କରାଯାଉଛି। କଥିତ ଭିଆଇପିଙ୍କ ସମ୍ପର୍କିତ ଦିଗର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ପରିବାର ସଦସ୍ୟମାନେ ଦାବି କରିଛନ୍ତି।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ କେନ୍ଦ୍ର ସରକାର ଏବଂ ବିଜେପିକୁ ପ୍ରଶ୍ନ କରିବା ସହ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛି। ଅନ୍ୟପକ୍ଷରେ, କଥିତ ଭିଆଇପିଙ୍କ ଭୂମିକାର ନିରପେକ୍ଷ ତଦନ୍ତ କରିବା ଏବଂ ମାମଲା ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିବା ହେଉଛି ପରିବାରର ମୁଖ୍ୟ ଦାବି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande