ଦଶହରାରେ ନିଆରା ପରମ୍ପରା, ମାଆଙ୍କ ପାଖରେ ହେଉଛି ଖଣ୍ଡା ପୂଜା ଓ ଖଣ୍ଡା ଖେଳ
ଭୁବନେଶ୍ୱର 20 ଅକ୍ଟୋବର (ହି.ସ.) ଦଶହରାରେ ନିଆରା ପରମ୍ପରା, ମାଆଙ୍କ ପାଖରେ ହେଉଛି ଖଣ୍ଡା ପୂଜା ଓ ଖଣ୍ଡା ଖେଳ । ଏଭଳି ପାରମ୍ପରିକ ପୂଜା ଓ ଖେଳକୁ ବଜାୟ ରଖିଛନ୍ତି କୋରଡକଣ୍ଟା ଗ୍ରାମବାସୀ। ପାରମ୍ପରିକ ରୀତି ଅନୁସାରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ମାଆଙ୍କ ନିକଟରେ ଖଣ୍ଡା ପୂଜା କରାଯାଏ। ଉଦଯା
ଦଶହରାରେ ନିଆରା ପରମ୍ପରା, ମାଆଙ୍କ ପାଖରେ ହେଉଛି ଖଣ୍ଡା ପୂଜା ଓ ଖଣ୍ଡା ଖେଳ


ଭୁବନେଶ୍ୱର 20 ଅକ୍ଟୋବର (ହି.ସ.)

ଦଶହରାରେ ନିଆରା ପରମ୍ପରା, ମାଆଙ୍କ ପାଖରେ ହେଉଛି ଖଣ୍ଡା ପୂଜା ଓ ଖଣ୍ଡା ଖେଳ ।

ଏଭଳି ପାରମ୍ପରିକ ପୂଜା ଓ ଖେଳକୁ ବଜାୟ ରଖିଛନ୍ତି କୋରଡକଣ୍ଟା ଗ୍ରାମବାସୀ। ପାରମ୍ପରିକ ରୀତି ଅନୁସାରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ମାଆଙ୍କ ନିକଟରେ ଖଣ୍ଡା ପୂଜା କରାଯାଏ। ଉଦଯାପନୀ ଦିନ ଖଣ୍ଡା ଖେଳ ଗ୍ରାମ ଦେବତୀଙ୍କ ନିକଟରେ ପରିବେଷଣ କରାଯାଏ। ଗ୍ରାମର କ୍ଷତ୍ରିୟ କୂଳର ପୁରୁଷମାନେ ଏହି ପୂଜାରେ ସାମିଲ ହୋଇ ଖଣ୍ଡା ଖେଳ ଦେଖାଇଥାନ୍ତି। ମାଆ ଦୁର୍ଗା ମହିଷାସୁରକୁ ବଧ କରି ଧର୍ମ ସ୍ଥାପନା ପ୍ରତିଷ୍ଠା କରିଥିବାର ପୌରାଣିକ ବିଶ୍ୱାସ ଜଡିତ ଏହି ପରମ୍ପରା । ପୂର୍ବରୁ ଏହି ପୂଜାରେ ବୋଦା ବଳି ଦିଆଯାଉଥିବାବେଳେ ଏବେ ପାଣିକଖାରୁ ବଳି ପଡୁଥିବା କହିଛନ୍ତି ଗ୍ରାମବାସୀ।

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande