




ବଲାଙ୍ଗିର, ୨୦ ଅକ୍ଟୋବର (ହି.ସ.)- ବଲାଙ୍ଗିର ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବିଜୟା ଦଶମୀ ତିଥିରେ ୧୦୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସଞ୍ଚାଳନରେ ସରସ୍ୱତୀ ଶିଶୁ ମନ୍ଦିର କଦମପଡ଼ା ଠାରୁ ବାହାରି ନଗର ସଞ୍ଚାଳନ ପରେ କୋଶଳ କଳା ମଣ୍ଡଳ ଠାରେ ପହଂଚି ଥିଲା । ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଶସ୍ତ୍ର ପୂଜନ ଧ୍ୱଜା ରୋହଣ ଶାରୀରିକ ପ୍ରଦର୍ଶନ ପରେ ସଂଘ ଚାଳକ ଯତୀନ୍ଦ୍ର ମୋହନ ପାଠୀ, ଜିଲା ସଂଘ ଚାଳକ ପ୍ରଭାକର ପାତ୍ର, ସମ୍ମାନୀତ ଅତିଥି ସମାଜସେବୀ ଛତ୍ରଧାରି ଅଗ୍ରୱାଲ, ମୁଖ୍ୟବକ୍ତା ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ସଭାକୁ ସୁଶାନ୍ତ ନାୟକ ପରିଚାଳନା କରୁଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସ୍ୱାମୀ ପରମାନନ୍ଦ ସରସ୍ୱତୀ, ପ୍ରାନ୍ତ ସଂଘ ପ୍ରମୁଖ କମ୍ବୁପାଣି ପାଢ଼ୀ ଅତିଥି ଭାବରେ ଉପସ୍ଥିତ ଥିଲେ। ଜିଲ୍ଲାର ସବୁ ଅଞ୍ଚଳରୁ ସ୍ବୟଂ ସେବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ