ଆଜିଠାରୁ ତିନି ଦିନିଆ ଜବଲପୁର ଗସ୍ତରେ ସରସଂଘଚାଲକ ଡକ୍ଟର ମୋହନ ଭାଗବତ
ଭୋପାଳ, ୨୪ ଅକ୍ଟୋବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ନିଜର ନିୟମିତ ଗସ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଶନିବାର ଠାରୁ ମଧ୍ୟପ୍ରଦେଶର ଜବଲପୁରକୁ ତିନିଦିନିଆ ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଅକ୍ଟୋବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି
डॉ. मोहन भागवत (फाइल फोटो)


ଭୋପାଳ, ୨୪ ଅକ୍ଟୋବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ନିଜର ନିୟମିତ ଗସ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ଶନିବାର ଠାରୁ ମଧ୍ୟପ୍ରଦେଶର ଜବଲପୁରକୁ ତିନିଦିନିଆ ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଅକ୍ଟୋବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ୱୟଂସେବକ ଏବଂ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସେମାନଙ୍କୁ ମାର୍ଗଦର୍ଶନ ଦେବେ।

ମହାକୌଶଳ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ବିନୋଦ କୁମାର କହିଛନ୍ତି ଯେ, ଗସ୍ତର ପ୍ରଥମ ଦିନରେ ସଂଘ ପ୍ରମୁଖ ଜବଲପୁର ମହାନଗରରେ ରହୁଥିବା ସଂଘର ପ୍ରମୁଖ ସ୍ଥାନୀୟ ପଦାଧିକାରୀଙ୍କ ସହ ସାକ୍ଷାତ କରିବେ। ଏହାପରେ ସେ ମୁଖ୍ୟ ଶିକ୍ଷକ ଏବଂ ତାଙ୍କଠାରୁ ଉଚ୍ଚ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ସଂଗଠନାତ୍ମକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା ହେବା ସହ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦିଆଯିବ।

ସେ କହିଛନ୍ତି ଯେ, ଅକ୍ଟୋବର ୨୫ ତାରିଖରେ ଡକ୍ଟର ଭାଗବତ ମହାକୌଶଳ ପ୍ରାନ୍ତର ମହାବିଦ୍ୟାଳୟସ୍ତରୀୟ ସ୍ୱୟଂସେବକ ଶିବିରକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଯୁବ ସ୍ୱୟଂସେବକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ।

ମହାକୌଶଳ ପ୍ରାନ୍ତ ସଂଘର ମଧ୍ୟ କ୍ଷେତ୍ର ଅଧୀନରେ ଆସୁଛି। ଏହି ପ୍ରାନ୍ତରେ ୩୮ଟି ରାଜସ୍ୱ ଜିଲ୍ଲା ରହିଛି। ଏହାର ସମ୍ଭାଗୀୟ ମୁଖ୍ୟାଳୟ ଜବଲପୁର, ସାଗର ଏବଂ ରୀୱାରେ ଅବସ୍ଥିତ।

ସେହିପରି, ଗସ୍ତର ଶେଷ ଦିନ ଅକ୍ଟୋବର ୨୬ ତାରିଖରେ ସରସଂଘଚାଳକ ମହାକୌଶଳ ପ୍ରାନ୍ତର କାର୍ଯ୍ୟକାରିଣୀ ଏବଂ ବିଭାଗ ଟୋଲିର ସଦସ୍ୟମାନଙ୍କ ସହ ବୈଠକ କରିବେ। ଏହି ବୈଠକରେ ସଂଘର ସାଂଗଠନିକ କାର୍ଯ୍ୟ, ବିଭିନ୍ନ କାର୍ଯ୍ୟକଳାପ ଏବଂ ସାମ୍ପ୍ରତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ। ଏଥିସହ ଆଗାମୀ କାର୍ଯ୍ୟଯୋଜନାକୁ ନେଇ ମଧ୍ୟ ବିଚାରବିମର୍ଶ କରାଯିବ।

ସରସଂଘଚାଳକଙ୍କ ତିନିଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ଜବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ରେଳ ଷ୍ଟେସନ, ରାଇଟ୍ ଟାଉନ୍ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟାଳୟ ‘କେଶବ କୁଟୀ’, ନରସିଂହ ମନ୍ଦିର ଶାସ୍ତ୍ରୀ ବ୍ରିଜ୍ସ୍ଥିତ ସରସ୍ୱତୀ ଶିକ୍ଷା ପରିଷଦ ଏବଂ କରମେତାସ୍ଥିତ ଶ୍ରୀରାମ ଇଞ୍ଜିନିୟରିଂ କଲେଜର ୫୦୦ ମିଟର ପରିଧି ମଧ୍ୟରେ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି।

ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ ରବିଶଙ୍କର ରାୟ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଅନୁଯାୟୀ ଏହି ନିଷେଧାଦେଶ ଜାରି କରିଛନ୍ତି। ଏହା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି।

ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ, ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହି ନିଷେଧାଦେଶର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୨୩ ସମେତ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande