ମେଲାନିଆ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ରୁଷ୍-ୟୁକ୍ରେନ୍ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରତି, ଆଲ୍ୟୋଶ୍କିରେ ରିଲିଫ୍ ମିଳିବାର ଆଶା
ମସ୍କୋ/କିଭ୍, ୨୪ ଅକ୍ଟୋବର (ହି.ସ.)। ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଖେରସନ୍ ଅଞ୍ଚଳର ଫ୍ରଣ୍ଟଲାଇନ୍ ସହର ଆଲ୍ୟୋଶ୍କିରେ ଫସି ରହିଥିବା ସାଧାରଣ ନାଗରିକଙ୍କ ପାଇଁ ଆଶ୍ୱସ୍ତିର ଆଶା ସୃଷ୍ଟି ହୋଇଛି। କ୍ରେମଲିନ୍ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ମଧ୍ୟ
सांकेतिक


ମସ୍କୋ/କିଭ୍, ୨୪ ଅକ୍ଟୋବର (ହି.ସ.)। ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଖେରସନ୍ ଅଞ୍ଚଳର ଫ୍ରଣ୍ଟଲାଇନ୍ ସହର ଆଲ୍ୟୋଶ୍କିରେ ଫସି ରହିଥିବା ସାଧାରଣ ନାଗରିକଙ୍କ ପାଇଁ ଆଶ୍ୱସ୍ତିର ଆଶା ସୃଷ୍ଟି ହୋଇଛି। କ୍ରେମଲିନ୍ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତି ହୋଇଛି। ସହରରେ ଆବଶ୍ୟକତା ଥିବା ନାଗରିକଙ୍କ ନିକଟରେ ଖାଦ୍ୟ, ବିଶୁଦ୍ଧ ପାଣି ଓ ଔଷଧ ପହଞ୍ଚାଇବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏହି ଯୁଦ୍ଧବିରତିର ଉଦ୍ଦେଶ୍ୟ।

ରୁଷ୍ର ଅନ୍ତର୍ଜାତୀୟ ସମାଚାର ଟେଲିଭିଜନ୍ ନେଟୱର୍କ ‘ରୁଷିଆ ଟୁଡେ’ (ଆର୍ଟି) ଅନୁଯାୟୀ, ଶୁକ୍ରବାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଉଭୟ ପକ୍ଷ ଅକ୍ଟୋବର ୨୯ ତାରିଖରୁ ସହରରେ ସାମରିକ ଅଭିଯାନ ବନ୍ଦ ରଖିବାକୁ ସହମତ ହୋଇଥିବା କୁହାଯାଇଛି। ତେବେ ଯୁଦ୍ଧବିରତି କେଉଁ ସମୟରୁ କାର୍ଯ୍ୟକାରୀ ହେବ ଏବଂ ଭୂମିସ୍ତରରେ ଏହାକୁ କିପରି ଲାଗୁ କରାଯିବ, ସେନେଇ ସାମରିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଜାରି ରହିଛି।

ଖେରସନ୍ ଅଞ୍ଚଳରେ ଯୁଦ୍ଧର ଅଗ୍ରଭାଗ ନିକଟରେ ଥିବା ଆଲ୍ୟୋଶ୍କି ସହରରେ ପ୍ରାୟ ୧,୫୦୦ରୁ ୨,୦୦୦ ନାଗରିକ ଫସି ରହିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ବୟସ୍କ ବ୍ୟକ୍ତି ଅଛନ୍ତି। ସହରରେ ଖାଦ୍ୟ, ପାଣି, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଡ୍ରୋନ୍ ଆକ୍ରମଣ ଏବଂ ଦୂରରୁ ବିଛାଯାଇଥିବା ବାରୁଦ ସୁଡ଼ଙ୍ଗର ବିପଦ ଯୋଗୁଁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଓ ନାଗରିକମାନଙ୍କୁ ସହରରୁ ବାହାର କରିବା ପ୍ରୟାସ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ପ୍ରସ୍ତାବିତ ଯୁଦ୍ଧବିରତି ମାନବିକ ସହାୟତା ଅଭିଯାନ ଆରମ୍ଭ କରିବା ଏବଂ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାର ବାଟ ଖୋଲିବ ବୋଲି ଆଶା କରାଯାଉଛି।

ମେଲାନିଆ ଟ୍ରମ୍ପ ସହରର ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିବା ସହ ଏହାକୁ ବିନାଶର ଦ୍ୱାରଦେଶରେ ଥିବା ଯୁଦ୍ଧପ୍ରଭାବିତ ଅଗ୍ରଭାଗର ଏକ ଅଞ୍ଚଳ ବୋଲି କହିଛନ୍ତି। ତାଙ୍କ ଅନୁଯାୟୀ, ସେଠାରେ ରହିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା, ଔଷଧ, ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି।

ସେ କହିଛନ୍ତି ଯେ, ରୁଷ୍ ଓ ୟୁକ୍ରେନ୍ର ନାଗରିକ ପ୍ରତିନିଧିମାନେ ପ୍ରଭାବିତ ଲୋକଙ୍କ ଆବଶ୍ୟକତାର ଆକଳନ କରିବେ। ଏଥିସହ ନାଗରିକମାନଙ୍କ ଇଚ୍ଛା ଅନୁଯାୟୀ ସେମାନଙ୍କୁ ରୁଷ୍ କିମ୍ବା ୟୁକ୍ରେନ୍ର ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବାରେ ସହାୟତା କରାଯିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande