ଝିର୍ଲାପାଲିରେ ସମଲେଶ୍ଵରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ସମ୍ପନ୍ନ
Bael-yatra-Jhirlapali-JHS
ଝିର୍ଲାପାଲିରେ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲଯାତ୍ରା ସମ୍ପନ୍ନ


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- କୋଲାବିରା ବ୍ଲକ ଝିର୍ଲାପାଲି ଗ୍ରାମର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ରବିବାର ଆରମ୍ଭ ହୋଇ ସୋମବାର ପୂର୍ବାହ୍ନରେ ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଯାଇଛି। ଏହି ଧାର୍ମିକ ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା l ୨୫ ଅକ୍ଟୋବର ରାତିରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରର ସରଗମ ମେଲୋଡି ଏବଂ ବରଗଡ଼ର ଉଦିଆଁ ତାରା ଦଳର ଦଣ୍ଡନୃତ୍ୟ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଥିଲା। ରାତି ପ୍ରାୟ ୮ଟା ସମୟରେ ମା’ ସମଲେଶ୍ୱରୀଙ୍କ ବରୁଆ ହଜାର ହଜାର ଭକ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ। ମା’ଙ୍କ ଦର୍ଶନ ପାଇଁ ଗ୍ରାମରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ମା’ଙ୍କ ପାଟ ଯିବା ପରେ ଚଳିତ ବର୍ଷର ପ୍ରସିଦ୍ଧ ବଏଲ ଯାତ୍ରା ର ସମାପନ ହୋଇଥିଲା।

ଚଳିତ ବର୍ଷ ମା’ଙ୍କ ସମଲେଇ ବରୁଆ ଭାବେ ମିଶ୍ର ଭୋଇ ଦାୟିତ୍ୱ ତୁଲାଇଥିବା ବେଳେ କର୍ତ୍ତା ଭାବେ ସୁମିତ ପଟେଲ ଓ ଜୁବ୍ଲିରାଣୀ ପଟେଲ ଦାୟିତ୍ଵ ତୁଲାଇଥିଲେ l ଏହାସହ ପୂଜକ ଭାବେ କୈଳାଶ ପଟେଲ, ଦେବାନନ୍ଦ ନାଏକ ଓ ରୋହିତ ଭୋଇ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଦ୍ୱାରିକା ପ୍ରସାଦ ପୁରୋହିତ ଏବଂ କୁନୁ ପୂଜାରୀ ଚଣ୍ଡୀ ପାଠ କରିଥିଲେ । ଝିର୍ଲାପାଲି ମା’ ସମଲେଇ ପୂଜା କମିଟିର ସଭାପତି ଅଭିମନ୍ୟୁ ପଟେଲ, ସମ୍ପାଦକ କାର୍ତ୍ତିକ ମହାନନ୍ଦ ଓ କୋଷାଧ୍ୟକ୍ଷ କୁଳମଣି ଛତ୍ରିଆଙ୍କ ନେତୃତ୍ୱରେ ଉତ୍ସବର ଆୟୋଜନ କରାଯାଇଥିଲା। କମିଟିର ସଦସ୍ୟ ଶୈଳ ଭଇଁଷା, ପ୍ରମୋଦ ପଟେଲ, ମୁକ୍ତେ ପଟେଲ, ଉମାନନ୍ଦ ପଟେଲ, ଗୋପାଳ ପଟେଲ, ସୁରୁ କଉଡ଼ି, ପ୍ରଶାନ୍ତ ସା, ଅପିଲ କିଷାନ୍, ଶୋଭମନି ପଟେଲ, ସୁବନ ଧୁରୁଆ, ଉପେନ୍ଦ୍ର ଭୋଇ, ରଜନୀ ଛତ୍ରିଆ, ହରେଶ ପଟେଲ, ଶ୍ରୀକାନ୍ତ କଉଡ଼ି, ଦର୍ଜନ ଭୋଇ, ମଣି କିଷାନ୍, ଙ୍କ ସମେତ ମା ସମଲେଇ ପୂଜା କମିଟିର ଅନ୍ୟ ସମସ୍ତ ସଦସ୍ୟ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲଇକେରା ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande