କାଲିମେଳା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ଉ : ଦୁଇ ଅଭିଯୁକ୍ତ ଅଟକ, ୩୪୫୦ ଟଙ୍କା ଜବତ
ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- କାଲିମେଳା ଥାନା ଅଞ୍ଚଳର ସାଲମାରିକୋଣ୍ଡା ଗ୍ରାମ ଉପକଣ୍ଠରେ ଗତକାଲି ରାତ୍ରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଏହି ଚଢ଼ଉରେ ୬ଟି ଜୁଆ ଗୋଟି ଓ ନଗଦ ୩,୪୫୦ ଟଙ୍କା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫,୪୫୦ ଟଙ୍କା ବୋଲି ପୋଲିସ ସୂ
କାଲିମେଳା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ ଦୁଇ ଅଭିଯୁକ୍ତ ଅଟକ, ୩୪୫୦ ଟଙ୍କା ଜବତ


ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- କାଲିମେଳା ଥାନା ଅଞ୍ଚଳର ସାଲମାରିକୋଣ୍ଡା ଗ୍ରାମ ଉପକଣ୍ଠରେ ଗତକାଲି ରାତ୍ରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରିଛି। ଏହି ଚଢ଼ଉରେ ୬ଟି ଜୁଆ ଗୋଟି ଓ ନଗଦ ୩,୪୫୦ ଟଙ୍କା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫,୪୫୦ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ପୋତାଖାଲ ଗ୍ରାମର ରାମା କବାସୀ (୩୮) ଏବଂ ସାଲମାରିକୋଣ୍ଡା ଗ୍ରାମର ନୀଳକଣ୍ଠ ଭଣ୍ଡାରୀ (୫୯)।

ଏନେଇ କାଲିମେଳା ଥାନାରେ କେସ୍ ନଂ ୨୬୬/୨୦୨୬, ଓଡ଼ିଶା ପବ୍ଲିକ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande