

ପୁରୀ, ୨୬ ଅକ୍ଟୋବର (ହି.ସ.)- ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୀର୍ଘ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା ଶରଧାବାଲି ଦାଦା ମଠ ଲେନ ଠାରେ ଚାଲିଆସୁଛି | ସୋମବାର ପବିତ୍ର ପହିଲି କାର୍ତ୍ତିକ ପୁଣ୍ୟ ତିଥିରେ ଶରଧାବାଲି ସମୀପ ଦାଦା ମଠ ଲେନ ଠାରେ
ଟ୍ରଷ୍ଟ ପକ୍ଷରୁ ଦୁଃଖୀ, ଗରିବ ଓ ଭୋକିଲା ମଣିଷମାନଙ୍କୁ ପ୍ରସାଦ ଭୋଜନ ଦିଆଯାଇଛି |୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୮
ବର୍ଷ ଧରି ଏହି ନିରବଛିନ୍ନ ସେବା ଯୋଗାଇ ଦିଆଯାଉଛି | ମା' ଅନ୍ନପୂର୍ଣ୍ଣା ଓ ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ବଦାନ୍ୟ ବ୍ୟକ୍ତି ବିଶେଷମାନଙ୍କର ଅକୁଣ୍ଠିତ ତଥା ସହୃଦୟତା ସହଯୋଗରୁ ଏହି କାର୍ଯ୍ୟ ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଛି ।
ଟ୍ରଷ୍ଟ ସେମାନଙ୍କୁ ଆନ୍ତରିକ ଶ୍ରଦ୍ଧା, ଶୁଭେଚ୍ଛା ଓ ସମ୍ମାନ ସହିତ କୃତଜ୍ଞତା ଜ୍ଞାପନ କରୁଛି ।
ଆଜିର ନାରାୟଣ ସେବାରେ ଓଡ଼ିଶା ସଚିବାଳୟର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦୁର୍ଯ୍ୟୋଧନ ନାୟକଙ୍କ ପିତାଙ୍କ ପାଇଁ ଓ ପୁରୀର ଅବସରପ୍ରାପ୍ତ କୃଷି ବିଭାଗର ଅଧିକାରୀ ବ୍ରଜବନ୍ଧୁ ମହାରଣାଙ୍କ ପିତା ସ୍ୱର୍ଗତ ହାଡ଼ୁ ମହାରଣାଙ୍କ କାର୍ତ୍ତିକ ମାସ ପ୍ରତିପଦା ତିଥିରେ ନାରାୟଣ ସେବା କରାଇ ଥିବାରୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି | ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଉଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ