

ମାଲକାନଗିରି , ୨୬ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ଭାଜପା ପାର୍ଟି କାର୍ଯ୍ୟାଳୟ ଠାରେ ଆଜି ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨୨ ଅକ୍ଟେବାର ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ କଂଗ୍ରେସ ଏବଂ ବିଭିନ୍ନ ବିରୋଧୀ ଦଳ ନିର୍ବାଚନ ଆୟୋଗ ଓ ବିଜେପି ସରକାର ବିରୋଧରେ ଚାଲିଥିବା ପ୍ରତିବାଦକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଛନ୍ତି । ତେବେ ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଅଭିଯାନ ମାଧ୍ୟମରେ ସେମାନଙ୍କ ମିଥ୍ୟା ଓ ଭ୍ରମାତ୍ମକ ସୂଚନାର ସିଧାସଳଖ ଜବାବ ଦିଆଯିବ। ସହ ଏହି ଅଭିଯାନରେ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ପଦଯାତ୍ରା,ଯୁବ ପିଢୀକୁ ନେଇ ଗଣତନ୍ତ୍ର ବନାମ ଭିଡତନ୍ତ୍ର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୋକତନ୍ତ୍ର ବନାମ ଭିଡତନ୍ତ୍ରକୁ ନେଇ ପ୍ରତିଯୋଗିତା, ସୋସିଆଲ ମିଡିଆ ଯୋଜନା,ବିଶେଷାଙ୍କ ପତ୍ରିକା ଉନ୍ମୋଚନ,ଅନୁପ୍ରବେଶକାରୀଙ୍କୁ ହଟାଅ,ଗଣତନ୍ତ୍ର ବଞ୍ଚାଅକୁ ନେଇ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ନେଇ ଜନସଂପର୍କ କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡା ସୂଚନା ଦେଇଛନ୍ତି । ଆଜିର ଏହି କର୍ମଶାଳାରେ ଶିକ୍ଷାବିତ ପ୍ରକାଶ ପଟନାୟକ ଉପସ୍ଥିତ ରହି ବିଦେଶୀ ଶତ୍ରୁ କିଭଳି ଦେଶରେ ସରକାର ଭାଙ୍ଗିବାକୁ ଓ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମଂଚାସୀନ ଅତିଥି ଭାବେ ସୁବାସ ପଡ଼ିଆମି ରହିଥିବା ବେଳେ ଜିଲ୍ଲା ସମ୍ପାଦକ ମାଣିକଲାଲ ଚକ୍ରବର୍ତୀ, ମହିଳା ସମ୍ପାଦିକା ସବିତା ମିଶ୍ର, ମହିଳା ମୋର୍ଚ୍ଚା ସଭାପତି ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ଆଇଟି ପ୍ରମୁଖ ରାଜ୍ୟ କିଶୋର ମଣ୍ଡଳ ସମେତ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ