ବଡ଼ବାହାଲରେ ଭାରସାମ୍ୟ ହରାଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ନିଶାଶକ୍ତ ଡ୍ରାଇଭରଙ୍କ ବେପରୁଆ ଚାଳନା
Truck accident in Badbahal chowk
ବଡ଼ବାହାଲରେ ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣାଗ୍ରସ୍ତ,


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ଜାତୀୟ ରାଜପଥ ୪୯ ନମ୍ବର କୋଲାବିରା ଥାନା ଅଧିନସ୍ଥ ବଡ଼ବାହାଲରେ ଜଣେ ନିଶାସକ୍ତ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଅଭିଯୋଗ ହୋଇଛି l ଶେଷରେ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଓଡି ୨୩ ପି ୮୯୭୫ ନମ୍ୱର ବିଶିଷ୍ଟ ଟ୍ରକଟି ଭାରସାମ୍ୟ ହରାଇ ବଡ଼ବାହାଲ ସାପ୍ତାହିକ ବଜାର ନିକଟ ରାସ୍ତା କଡ଼ରେ ଛୋଟ ଛୋଟ ଗଛ ଥିବା ଘଞ୍ଚ ବୁଦା ଭିତରକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି l ଦୁର୍ଘଟଣା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ ଅନେକ ଛୋଟ ବଡ ଗାଡ଼ି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ନେଇ ପ୍ରତ୍ୟକ୍ଷଦର୍ଶି ଙ୍କ ସୂତ୍ରରୁ ପ୍ରକାଶ l କୋଲାବିରା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ନିଶାସକ୍ତ ଡ୍ରାଇଭରକୁ ଟ୍ରକ୍ ଭିତରୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ନେଇ ଭାରପ୍ରାପ୍ତ ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande