ଉମରକୋଟରେ ଉଦଘାଟିତ ହେଲା ବିକଶିତ ଓଡ଼ିଶା ୨.୦ ମେଗା ପ୍ରଦର୍ଶନୀ
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ବିକଶିତ ଭାରତ ୨୦୪୭'' ର ଦୃଷ୍ଟିକୋଣକୁ ଆଗକୁ ନେବା ଲକ୍ଷ୍ୟରେ ସୋମବାରଠାରୁ ଉମରକୋଟ ଠାରେ ଶୁଭାରମ୍ଭ ହୋଇଛି ବିକଶିତ ଓଡ଼ିଶା ୨.୦ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲ୍ଲାର ଜନସାଧାରଣଙ୍କ ପାଇଁ ଏକ ବୃହତ୍ ସଚେତନତା ମଂଚ ଭାବେ ପ୍ରସ୍ତୁତ ହୋଇଛି।
jioi9


ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ବିକଶିତ ଭାରତ ୨୦୪୭' ର ଦୃଷ୍ଟିକୋଣକୁ ଆଗକୁ ନେବା ଲକ୍ଷ୍ୟରେ ସୋମବାରଠାରୁ ଉମରକୋଟ ଠାରେ ଶୁଭାରମ୍ଭ ହୋଇଛି ବିକଶିତ ଓଡ଼ିଶା ୨.୦ । ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲ୍ଲାର ଜନସାଧାରଣଙ୍କ ପାଇଁ ଏକ ବୃହତ୍ ସଚେତନତା ମଂଚ ଭାବେ ପ୍ରସ୍ତୁତ ହୋଇଛି।

ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଡ କହିଛନ୍ତି ଯେ ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ ହେଉଛି ସରକାରୀ ଯୋଜନା ଓ ସେବାକୁ ସିଧାସଳଖ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା। ଅନେକ ସମୟରେ ଗ୍ରାମାଂଚଳର ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ପର୍ଯ୍ୟାପ୍ତ ସୂଚନା ପାଇନଥାନ୍ତି, ଫଳରେ ସେମାନେ ସେଥିରୁ ଲାଭ ଉଠାଇପାରନ୍ତି ନାହିଁ। ଏହି ପ୍ରଦର୍ଶନୀ ସେହି ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ ବୋଲି ମୁଁ ଭାବୁଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏହି ପ୍ରଦର୍ଶନୀରେ ନିଜନିଜର ଷ୍ଟଲ୍ ଖୋଲିଛନ୍ତି। ସରକାରଙ୍କ ଯୋଜନା, ଜନସେବା ଏବଂ ଏ ପର୍ଯ୍ୟନ୍ତ ହାସଲ କରିଥିବା ଉପଲବ୍ଧିକୁ ଚିତ୍ର, ମଡେଲ ଓ ସୂଚନା ମାଧ୍ୟମରେ ପ୍ରଦର୍ଶନ ହେବ। ଯାହା ଫଳରେ ଜନସାଧାରଣ ଗୋଟିଏ ସ୍ଥାନରେ ଏକାଧିକ ବିଭାଗର ସୂଚନା ପାଇପାରିବେ ଏବଂ ସେମାନଙ୍କ ଭିତରେ ସଚେତନତା ବୃଦ୍ଧି ହେବ ଏହା ସହିତ ସରକାରଙ୍କ ସମସ୍ତ ଯୋଜନା ଓ ଉପଲବ୍ଧି ବିଷୟରେ ସିଧାସଳଖ ଜାଣିବାର ସୁଯୋଗ, ଯୋଜନାର ଆବେଦନ ପ୍ରକ୍ରିୟା ବୁଝିବାରେ ଲୋକଙ୍କୁ ସହଜ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande