
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ ସେନା
ଦିବସ ଅବସରରେ ସେନା ଯବାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପଦାତିକ ସେନା
ଦିବସ ଅବସରରେ, ଯେଉଁ ବୀର ପଦାତିକ ସେନା ଯବାନମାନଙ୍କ ସାହସ, ବୀରତ୍ୱ ଓ ସର୍ବୋଚ୍ଚ ବଳିଦାନ ଭାରତର ସାର୍ବଭୌମତ୍ୱ ଏବଂ
ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା କରୁଛି, ସେହି ବୀର ଯବାନମାନଙ୍କୁ ମୋର ହୃଦୟଭରା ଶ୍ରଦ୍ଧାଞ୍ଜଳି। ସେମାନଙ୍କର
ଅଟଳ ନିଷ୍ଠା, ଅଦମ୍ୟ ସାହସ ଏବଂ ନିଃସ୍ୱାର୍ଥ ସେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅପାର ଗର୍ବ ଓ ପ୍ରେରଣାର
ଉତ୍ସ ହୋଇ ରହିଛି। ଜୟ ହିନ୍ଦ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା