
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ବାତ୍ୟା
ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ଆଜି ଓ କାଲି ସ୍କୁଲ୍ ଛୁଟି ଘୋଷଣା
କରାଯାଇଛି । ଜିଲ୍ଲାରେ ସମସ୍ତ ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ
ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ
ରହିବ । ଶିକ୍ଷକମାନଙ୍କୁ ସ୍କୁଲ୍ ଆସିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ
ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା