
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ପଦାତିକ
ସେନା ଦିବସରେ ବୀର ଯବାନମାନଙ୍କୁ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସଲାମ୍ ଜଣାଇଛନ୍ତି
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ
ରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତୀୟ ସେନାର ସମସ୍ତ ଅଦମ୍ୟ ସାହସୀ ବୀର
ଯବାନମାନଙ୍କୁ ପଦାତିକ ସେନା ଦିବସଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ସଲାମ୍ ଜଣାଉଛି। ଆମ ଯବାନମାନଙ୍କ
ଅତୁଳନୀୟ ସାହସ, ଶୌର୍ଯ୍ୟ
ଓ ବଳିଦାନ ପାଇଁ ସମଗ୍ର ରାଷ୍ଟ୍ର ସର୍ବଦା ଗର୍ବିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା