ବରଗଡ଼ରେ ଭତା ବଂଟନ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯଦୁମଣି ପଧାନ ଅଡ଼ିଟୋରିମ୍, ବରଗଡ଼ ଠାରେ ମଧୁସୂଦନ ପେନସନ ଯୋଜନା ଅନ୍ତର୍ଗତ ଭତା ବଂଟନ ଏବଂ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ(ୟୁପିଏମପି) ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗୁରୁବାର ବରଗଡ଼ ଜିଲ୍ଲାରେ ମଧୁବାବ
sdgrtth


ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯଦୁମଣି ପଧାନ ଅଡ଼ିଟୋରିମ୍, ବରଗଡ଼ ଠାରେ ମଧୁସୂଦନ ପେନସନ ଯୋଜନା ଅନ୍ତର୍ଗତ ଭତା ବଂଟନ ଏବଂ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ(ୟୁପିଏମପି) ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଗୁରୁବାର ବରଗଡ଼ ଜିଲ୍ଲାରେ ମଧୁବାବୁ ପେନ୍ସନ୍ ଯୋଜନା ଅନ୍ତର୍ଗତ ୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ମୋଟ ୧୫,୨୭୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଭତା ପ୍ରଦାନ ବ୍ୟବସ୍ଥାକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ସରଳୀକରଣ କରିବା ଲକ୍ଷ୍ୟରେ ୟୁପିଏମପି କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ଯୋଗ୍ୟ ବ୍ୟକ୍ତିମାନେ ସିଧାସଳଖ, ଜନସେବା କେନ୍ଦ୍ର କିମ୍ବା ବିଡିଓ କାର୍ଯ୍ୟାଳୟ ଜରିଆରେ ଅନଲାଇନ୍ ଆବେଦନ କରିପାରିବେ। ଏହା ସହିତ ଭତା ସମ୍ପର୍କୀୟ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ସେଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତପ୍ରସ୍ତର ସ୍ଥାପନ କରାଯାଇଛି। ୩.୨୨ କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡଭା, ଆମ ହସ୍ପିଟାଲର ଶୁଭ ଭିତି ପ୍ରସ୍ତର ସ୍ଥାପନ, ୪.୦୨ କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ତାଲପାଲି, ଆମ ହସ୍ପିଟାଲର ଶୁଭ ଭିତି ପ୍ରସ୍ତର ସ୍ଥାପନ, ୪.୧୬ କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭଟଲି, ଆମ ହସ୍ପିଟାଲର ଶୁଭ ଭିତି ପ୍ରସ୍ତର ସ୍ଥାପନ, ୪.୨୦ କୋଟି ଟଙ୍କା ବ୍ୟୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅତାବିରା, ବରଗଡ଼ ସ୍ଥିତ ଆମ ହସ୍ପିଟାଲର ଶୁଭ ଭିତି ପ୍ରସ୍ତର ସ୍ଥାପନ, ୪.୧୪ କୋଟି ଟଙ୍କା ବ୍ୟୟରେ ୬୦ ଶଯ୍ୟା ବିଶିଷ୍ଟ ସହାୟକ ବିଶ୍ରାମ ଗୃହ, କର୍କଟ ଚିକିତ୍ସାଳୟ, ବରଗଡ଼ର ଶୁଭ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ,ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝି, ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande