ପୁରୀ ବଡଶଙ୍ଖ ଠାରେ ‘ସାନଭି ରିହାବ୍ କେୟାର’ର ଶୁଭ ଉଦ୍ଘାଟନ : ଫିଜିଓଥେରାପି ଓ ପୁନର୍ବାସ ସେବା କ୍ଷେତ୍ରରେ ନୂତନ ପଦକ୍ଷେପ
ପୁରୀ, ୧୨ ନଭେମ୍ବର (ହି.ସ.)- ପବିତ୍ର ଶ୍ରୀକ୍ଷେତ୍ର ପୁରୀର ବଡ଼ଶଙ୍ଖ ଷ୍ଟେଟ ବ୍ୟାଙ୍କ ନିକଟରେ ଆଜି ‘ସାନଭି ରିହାବ୍ କେୟାର’ ନାମକ ଏକ ଅତ୍ୟାଧୁନିକ ଫିଜିଓଥେରାପି ଓ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଆସୋସିଏ
ପୁରୀ ବଡଶଙ୍ଖ ଠାରେ ‘ସାନଭି ରିହାବ୍ କେୟାର’ର ଶୁଭଉଦ୍ଘାଟନ


ପୁରୀ, ୧୨ ନଭେମ୍ବର (ହି.ସ.)- ପବିତ୍ର ଶ୍ରୀକ୍ଷେତ୍ର ପୁରୀର ବଡ଼ଶଙ୍ଖ ଷ୍ଟେଟ ବ୍ୟାଙ୍କ ନିକଟରେ ଆଜି ‘ସାନଭି ରିହାବ୍ କେୟାର’ ନାମକ ଏକ ଅତ୍ୟାଧୁନିକ ଫିଜିଓଥେରାପି ଓ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡା. ଦିପ୍ତେଶ ସାହୁ, ସମାଜସେବୀ ତଥା ଦ ଵେଲ ର ସଭାପତି ସିଦ୍ଧାର୍ଥ ରାୟ, ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ବିଜୟ ମିଶ୍ର ଓ ଇଞ୍ଜିନିୟର ମାନସ ରଞ୍ଜନ ବାରିକ(ଜି ଏମ. ଡି ଆଇ ସି )ଯୋଗଦାନ କରି ବଡଦାଣ୍ଡରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ସେଣ୍ଟର ବେଶ୍ ଉପଯୋଗୀ ହେବ ।

ଏହି ସଂସ୍ଥାର ପ୍ରତିଷ୍ଠାତା ନେତାଜୀ ହରିଚନ୍ଦନଙ୍କ ଉଦ୍ୟମରେ ଏହି ପୁନର୍ବାସ କେନ୍ଦ୍ର ସ୍ଥାପିତ ହୋଇଛି। ଏଠାରେ ଫିଜିଓଥେରାପି, କୃତିମ ଅଙ୍ଗ ଅର୍ଥୋଟିକ୍ସ ଓ ପ୍ରୋସ୍ଥେଟିକ୍ସ ଅନ୍ୟାନ୍ୟ ପୁନର୍ବାସ ସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ରରେ ଫିଜିଓଥେରାପିଷ୍ଟ ଡା. ଶୁଭସ୍ମିତା ଜେନା ଏବଂ ମ୍ୟାନେଜର ତଥା ଅପରେସନ୍ସ ହେଡ ନିବେଦିତା ଗାଙ୍ଗୁଲି କେନ୍ଦ୍ରର ପରିଚାଳନା ଓ ସେବା କାର୍ଯ୍ୟକ୍ରମର ତଦାରଖ କରିବେ।

ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଉଛି ଉନ୍ନତମାନର ଚିକିତ୍ସା ଓ ପୁନର୍ବାସ ସେବା ମାଧ୍ୟମରେ ରୋଗୀମାନଙ୍କୁ ପୁନର୍ବାର ସ୍ୱାଭାବିକ ଜୀବନଧାରାକୁ ଫେରାଇ ଆଣିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ବିଶେଷକରି ଦିବ୍ୟାଙ୍ଗ, ଦୁର୍ଘଟଣାଗ୍ରସ୍ତ ଏବଂ ଶାରୀରିକ ଅକ୍ଷମତାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଏହି କେନ୍ଦ୍ର ଏକ ନୂତନ ଆଶାର କିରଣ ହେବ ବୋଲି ଆଶା ପ୍ରକାଶ କରାଯାଇଛି। ସମାଜସେବୀ ବନିତା ଦୀକ୍ଷିତ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande